ଅଂଶୁଘାତ : ୨ ମୃତ୍ୟୁ ଅଭିଯୋଗ

0
804
sunstroke
sunstroke

ଭୁୁବନେଶ୍ୱର : ରାଜ୍ୟରେ ତାତି ବଢ଼ିବାରେ ଲାଗିଛି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ଝାଞ୍ଜି ବହୁଥିବାରୁ ଅଂଶୁଘାତ ଜନିତ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ରାଜ୍ୟରେ ଚଳିତ ବର୍ଷରେ ୨ଟି ଅଂଶୁଘାତ ମୃତ୍ୟୁ ଅଭିଯୋଗ ହୋଇଥିବା ଜଣାପଡିଛି ।
ସୂଚନା ଅନୁସାରେ ଅଂଶୁଘାତରେ ରବିବାର ୨ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ମଥୁରାପଲ୍ଲୀ ପଞ୍ଚାୟତର ଭରସାନୂଅାଁପଲ୍ଲୀ ଗ୍ରାମରେ ପ୍ରଥମ ଘଟଣା ଘଟିଛି । ପାଣ୍ଡବ ଗୌଡ଼(୪୫) ବିଲରେ କାମ କରୁଥିବା ବେଳେ ଅଂଶଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗରୁ ଜଣାପଡ଼ିଛି । ସୂଚନା ଅନୁସାରେ ପାଣ୍ଡବ ପ୍ରଚଣ୍ଡ ଖରାରେ କାମ କରୁଥିଲେ । ହଠାତ ତାଙ୍କର ତଣ୍ଟି ଶୁଖିଯିବାରୁ ନିକଟସ୍ଥ ନାଳରୁ ପାଣି ପିଇ ଟଳି ପଡ଼ିଥିଲେ । ପରିବାର ଲୋକଙ୍କ ଦ୍ୱାରା ତାଙ୍କୁ ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ପାଣ୍ଡବଙ୍କ ମୃତ୍ୟୁ ହୋଇଥିଲା । ମେଡିକାଲ ରିପୋର୍ଟ ଆସିବା ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡାକ୍ତର କହିଛନ୍ତି ।  ଅନ୍ୟ ଏକ ଅଂଶୁଘାତ ଘଟଣାରେ କଟକ ଜିଲ୍ଲା ବ୍ରହ୍ମପୁର ପଞ୍ଚାୟତ ଅଧୀନ ଝିଙ୍କିରିଆ ଗ୍ରାମ ୧ ନମ୍ବର ୱାର୍ଡ ବାସିନ୍ଦା ସ୍ୱର୍ଗତ ଯୋଗେନ୍ଦ୍ର ବେହେରାଙ୍କ ପୁଅ ରତ୍ନାକର (୪୦)ଙ୍କ ମୃତ୍ୟୁ ଘଟିଛି । ମେଡିକାଲ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବେ ବୋଲି ଫାଣ୍ଡି ଅଧିକାରୀ ଦିଗାମ୍ବର ବେହେରା ସୂଚନା ଦେଇଛନ୍ତି ।