ଅଖି ମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

0
800
naveen
naveen
ଅନୁଗୁଳ : କିଶୋରନଗର ବ୍ଲକ୍  ରେ  ରାଜ୍ୟସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଖିମୁଠି ଅନୁକୂଳ କରିଥିଲେ ।
ଅକ୍ଷୟ ତୃତୀୟା ଅବସରରେ ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକ୍ ଅନ୍ତର୍ଗତ ନାକଚିଠାରେ ରାଜ୍ୟସ୍ତରୀୟ କୃଷକ ଦିବସ ପାଳିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଅଖିମୁଠି ଅନୁକୂଳ କରିଥିଲେ ।

ଏହାପରେ ମୁଖ୍ୟମନ୍ତ୍ରୀ ସେଠାରେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତିକୁ ଅନାବରଣ କରିଥିଲେ । ଏତଦବ୍ୟତୀତ ମୁଖ୍ୟମନ୍ତ୍ରୀ ଅନୁଗୁଳ ଜିଲ୍ଲାରେ ୧୦ଟି ପ୍ରକଳ୍ପର ଉଦଘାଟନ କରିବା ସହିତ ଅନ୍ୟ ୭ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ସହିତ ବଡ଼ଡାଙ୍ଗିଆଠାରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । ରାଜ୍ୟସ୍ତରୀୟ କୃଷକ ଦିବସ ଉତ୍ସବରେ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ସଞ୍ଜିବ ସାହୁ, ବିଧାୟକ ବ୍ରଜକିଶୋର ପ୍ରଧାନ, ସାଂସଦ ତଥାଗତ ଶତପଥୀ, ବିଧାୟକ ରଜନୀକାନ୍ତ ସିଂହ ପ୍ରମୁଖ ଯୋଗ ଦେଇଥିଲେ ।