ଅଗ୍ନିକାଣ୍ଡ : ୩ ଭଉଣୀ ଜୀବନ୍ତ ଦଗ୍ଧ

0
765
house fire
house fire
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଅଗ୍ନିକାଣ୍ଡରେ ୩ ଭଉଣୀ ଜୀବନ୍ତ ଦଗ୍ଧ ହୋଇଥିବା ଜଣା ପଡିଛି ।  ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
 ମାଲକାନଗିରି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି ।  ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ଥିବା ନାଗେଶ୍ୱର ରାଓଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଘର ଭିତରେ ଥିବା ତିନି ଭଉଣୀ ଆମଲୁ , ରେଣୁକା ଓ ମାଙ୍ଗୀ ଜୀବନ୍ତ ଦଗ୍ଧ ହୋଇଥିବା ଜଣା ପଡିଛି ।  ତେବେ ଘରେ ତିନି ଭାଇ ନ ଥିବାବେଳେ ଏହି ଅଘଟଣ ଘଟିଛି । ଘର ଭିତରୁ ବନ୍ଦ ରହିଥିବାବେଳେ ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ସୂଚନାଯୋଗ୍ୟ କି,୧୦ ଦିନ ପୂର୍ବରୁ ସେମାନଙ୍କର ବାପା ମୃତ୍ୟୁବରଣ କରିଥିଲେ । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଂଚି ନିଆଁକୁ ଆୟତ କରିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ପୋଲିସ ଘଟଣାସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଦୁଖର ବାତାବରଣ ଦେଖାଦେଇଛି ।