ଅଚ୍ୟୁତଙ୍କ ସତ୍ୟପାଠ ମାମଲା : ତଦନ୍ତ ପାଇଁ ନିର୍ବାଚନ କମିଶନଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

0
739
hc odisha
hc odisha
କଟକ :  ସାଂସଦ ଅଚ୍ୟୁତ ସାମନ୍ତଙ୍କ ମିଥ୍ୟା ସତ୍ୟପାଠ ମାମଲାରେ  ତଦନ୍ତ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ। ସୁବାସ ମହାପାତ୍ରଙ୍କ ପକ୍ଷରୁ ଆଗତ ହୋଇଥିବା ମାମଲାର ବିଚାର କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
  ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ସାଂସଦ ଅଚ୍ୟୁତ ସାମନ୍ତଙ୍କ ମିଥ୍ୟା ସତ୍ୟପାଠ ମାମଲାରେ ରିଟର୍ଣ୍ଣି ଅଫିସର ରାଜେଶ ପ୍ରଭାକର ପାଟିଲ କେଉଁ ପରିସ୍ଥିତିରେ ଅଚ୍ୟୁତଙ୍କ ପ୍ରାର୍ଥୀ ପତ୍ର ଦାଖଲ କଲେ ତାହାର ତଦନ୍ତ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ହାଇକୋର୍ଟ। ରାଜ୍ୟସଭାର ଅନ୍ୟତମ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ ପକ୍ଷରୁ ଆଗତ ହୋଇଥିବା ମାମଲାର ବିଚାର କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।   ଡା. ସାମନ୍ତ ପ୍ରାର୍ଥୀପତ୍ର ଦାଖଲ ବେଳେ ଯେଉଁ ସତ୍ୟପାଠ ଦେଇଛନ୍ତି, ସେଥିରେ ଅନେକ ତଥ୍ୟ ଲୁଚାଯାଇଥିବାରୁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଶ୍ରୀ ପାତ୍ର ଅଭିଯୋଗ କରିବା ସହିତ ଏହାକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ । ଶ୍ରୀ ମହାପାତ୍ର କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି କହିଥିଲେ ଯେ, ଦୁଇଟି ଭୋଟର କାର୍ଡ, ୭ଟି ଅପରାଧିକ ମାମଲା, ବିଭିନ୍ନ କମ୍ପାନୀରେ ସେୟାର, ଭାରତୀୟ ବିଜ୍ଞାନ କଂଗ୍ରେସର ସଭାପତି ପଦ ଓ ଆର୍ଥିକ ବର୍ଷ ନପୂରୁଣୁ ଆୟକର ରିଟର୍ଣ୍ଣ କରିଛନ୍ତି। ଏହିଭଳି ମିଛ ସତ୍ୟପାଠ କରି ତଥ୍ୟ ଲୁଚାଇଥିଲେ ଡା.ସାମନ୍ତ। ପ୍ରଥମେ ରିଟର୍ଣ୍ଣି ଅଫିସର ରାଜେଶ ପ୍ରଭାକର ପାଟିଲ ଶ୍ରୀସାମନ୍ତଙ୍କ ଦସ୍ତାବିଜକୁ ଗ୍ରହଣ କରି ନୋମିନେଶନ ଗ୍ରହଣ କରିବେ କି ନାହିଁ କହିଥିଲେ । ମାତ୍ର ପରେ ଅଚ୍ୟୁତଙ୍କ ନୋମିନେସକକୁ କେଉଁ ପରିସ୍ଥିତିରେ ଗ୍ରହଣ କରିଥିଲେ, ସେ ନେଇ ଶ୍ରୀ ମହାପାତ୍ର ନିର୍ବାଚନ କମିଶନ, ସିବିଆଇ ଓ ଅନ୍ୟାନ୍ୟ ଉପରସ୍ଥ ବିଭାଗକୁ ଜଣାଇଥିଲେ। ମାତ୍ର ଏହାକୁ ଶ୍ରୀଯୁକ୍ତ ପାଟିଲ ଫୁ କରିଦେଇଥିଲେ। ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଶ୍ରୀ ମହାପାତ୍ରଙ୍କୁ ସହଯୋଗ କରିଥିଲେ।

ଶ୍ରୀ ମହାପାତ୍ରଙ୍କ ପ୍ରଥମ ଅଭିଯୋଗକୁ ଯାଞ୍ଚ କରିବେ ବୋଲି କହିଥିଲେ। ଏହି ସମୟରେ ସୁରେନ୍ଦ୍ର କୁମାର ଫୋନରେ ସୂଚନା ପ୍ରଦାନ କରିବା ବେଳେ ଏକ କଲ ଗତିପଥକୁ ବଦଲାଇ ଦେଇଥିଲା। ଅଚ୍ୟୁତଙ୍କ ପ୍ରାର୍ଥୀ ପତ୍ର କାଏମ ରହିଲା ବୋଲି ରିଟର୍ଣ୍ଣି ଅଫିସର ଘୋଷଣା କରିଥିଲେ। କାହାର ସେ ଫୋନ ଥିଲା । କିଏ ସେ ତଦନ୍ତକାରୀ? ଘଟଣାର ତଦନ୍ତ ଦାବି କରି ଉଚ୍ଚ ନ୍ୟାୟାଳୟରେ ମାମଲା ଦାୟର କରାଯାଇଥିଲା।  ରାଜ୍ୟସଭା ପ୍ରାର୍ଥୀ ଶ୍ରୀ ମହାପାତ୍ର ଭାରତୀୟ ନିର୍ବାଚନ କମିଶନ, ସିବିଆଇ ଓ ଗୃହ ମନ୍ତ୍ରଣାଳୟ ନିକଟରେ ଏହି ଅଭିଯୋଗ ପତ୍ର ଦାଖଲ କରିଥିଲେ। ମାତ୍ର ତଦନ୍ତରେ ଶିଥୀଳତା ନେଇ ହାଇକୋର୍ଟରେ ମାମଲା ଦାଖଲ କରି ଘଟଣାର ତଦନ୍ତ କରିବାକୁ ଦାବି କରିଥିଲେ। ମାନ୍ୟବର ହାଇକୋର୍ଟର ବିଚାରପତି ସି.ଆର ଦାସଙ୍କ ଖଣ୍ଡପୀଠ ସମ୍ପୃକ୍ତ ମାମଲାର ବିଚାର କରି ଭାରତୀୟ ନିର୍ବାଚନ କମିଶନକୁ ନିବେଦନ କରିଛନ୍ତି। ତାଙ୍କ ଅଭିଯୋଗକୁ ଯଥାଶୀଘ୍ର ବିଚାରକୁ ନିଆଯିବ ବୋଲି କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।