ପ୍ରକାଶ ଯେ, ଆନ୍ଧ୍ରପ୍ରଦେଶର କିଛି ପ୍ରଶାସନିକ ଅଧିକାରୀ କୋଟିଆକୁ ଅନୁପ୍ରେବେଶ ପରେ ଓଡ଼ିଶା ସରକାରଙ୍କ ପକ୍ଷରୁ ତିବ୍ର ବିରୋଧ କରାଯାଇଥିଲା । ଏହା ପରେ ରାଜ୍ୟ ସରକାର ନିଜେ କୋଟିଆ ଓ ଆଖପାଖ ଗାଁ ଗୁଡ଼ିକର ବିକାଶ ପାଇଁ ଅଣ୍ଟା ଭିଡ଼ିଥିଲେ। ସରକାରଙ୍କ ନିର୍ଦ୍ଦେଶ କ୍ରମେ କୋଟିଆ ଠାରୁ ସେମ୍ବି ପର୍ଯ୍ୟନ୍ତ ଦ୍ରୁତ ଗତିରେ ରାସ୍ତା ନିର୍ମାଣ କରାଯାଇଥିଲା। ବିଜୁ ଗାଁ ଗାଡ଼ି ଯୋଜନାରେ ଏହି ପଂଚାୟତକୁ ବସ୍ ଟିଏ ଯାତାୟତ ବ୍ୟବସ୍ଥା କରାଇବା ପାଇଁ ଗ୍ରାମବାସୀ ମାନେ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆଜି ଠାରୁ କୋଟିଆବାସୀଙ୍କ ବହୁ ପ୍ରତିକ୍ଷୀତ ବସ ସେବା ଆରମ୍ଭ ହୋଇଛି। ଏହା ଦ୍ୱାରା କୋଟିଆ ପଞ୍ଚାୟତ ଓ ଆଖପାଖର ଲୋକେ ବସରେ ଯାତ୍ରା କରିବା ସହ ଦୂରରେ ରହୁଥିବା ଲୋକଙ୍କ ସମ୍ପର୍କରେ ଆସିପାରିବେ। ନିଜର ବ୍ୟବସାୟ ଅଭିବୃଦ୍ଧି କରିବା ସହ କୋଟିଆବାସୀଙ୍କ ଥିବା ଦୁଃଖ ଦୂର ହୋଇପାରିବ। ଏଠାରେ ଉଲ୍ଲେଖଯୋଗ୍ୟ, ନିକଟରେ ରାଜ୍ୟ ସରକାର ବିବାଦୀୟ କୋଟିଆର ବିକାଶ ପାଇଁ ୧୫୦ କୋଟି ଟଙ୍କା ଘୋଷଣା କରିଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନଠାରୁ ଆରମ୍ଭ କରି ବଜାର ସୁବିଧା ରହିବ। ଏହି ଟଙ୍କାରେ ଫାଣ୍ଡିକୁ ଥାନାରେ ରୂପାନ୍ତରିତ କରାଯିବ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ନିଜସ୍ୱ ଘର, ପୋଷ୍ଟଅଫିସ, ବ୍ୟାଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତସ୍ତରରେ ଆବଶ୍ୟକ ସମସ୍ତ ବିଭାଗର ଅଫିସ ଗୋଟିଏ ଛାତ ତଳେ ରହିବ । ରାସ୍ତା ନ ଥିବା ୭ଟି ଗାଁ ସମେତ ୨୧ଟି ଗାଁକୁ ସଡ଼କ ପଥରେ ଯୋଡ଼ିବା ପାଇଁ ୮୨ କିଲୋମିଟର କଂକ୍ରିଟ ରାସ୍ତା ନିର୍ମାଣ ହେବ । ଏଥିରେ ୯୨ କୋଟି ଟଙ୍କା ଖର୍ଚ୍ଚ ହେବ ।
ଭୁବନେଶ୍ୱର : କୋଟିଆ ଓ ଆଖପାଖ ଗାଁ ଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆକୁ ଆଜି ଠାରୁ ଗଡ଼ିଛି ସରକାରୀ ବସ। ଏହି ବସଟି ଜୟପୁର-କୋରାପୁଟ-ସମିଳିଗୁଡ଼ା-ପଟାଙ୍ଗି ଦେଇ କୋଟିଆ ଯାତାୟତ କରିବ। ରାତିରେ ବସ୍ ଅବସ୍ଥାନ କରି ପୁଣି ସକାଳୁ ସମାନ ରୁଟରେ ଫେରିବା ନେଇ ସୂଚନା ମିଳିଛି।
ଆନ୍ଧ୍ରର କୋଟିଆକୁ ଅନୁପ୍ରେବେଶ ପରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ବିଭିନ୍ନ ସରକାରୀ ଯୋଜନା ଠାରୁ ବହୁ ଦୂରରେ ଥିବା କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆକୁ ଆଜି ଠାରୁ ଗଡ଼ିଛି ସରକାରୀ ବସ। ଏହି ବସଟି ଜୟପୁର-କୋରାପୁଟ-ସମିଳିଗୁଡ଼ା-ପଟାଙ୍ଗି ଦେଇ କୋଟିଆ ଯାତାୟତ କରିବ। ରାତିରେ ବସ୍ ଅବସ୍ଥାନ କରି ପୁଣି ସକାଳୁ ସମାନ ରୁଟରେ ଫେରିବା ନେଇ ସୂଚନା ମିଳିଛି।