ଅତାବିରା ଓ ହିନ୍ଦୋଳରେ ବିଜେଡିର ବାଜିମାତ୍

0
829
bjd
bjd
ଭୁବନେଶ୍ୱର :ବରଗଡ଼ ଜିଲ୍ଲାର ଅତାବିରା ଓ ଢେଙ୍କାନାଳ ହିନ୍ଦୋଳ ପୌରପରିଷଦ ନିର୍ବାଚନରେ ଉଭୟ ସ୍ଥାନରେ ବିଜେଡିର ବାଜିମାତ୍  ହୋଇଛି  ।   ଏହି ଦୁଇ ଏନଏସିରେ ଭୋଟ ଗଣତି ଆଜି ସକାଳ ୮ ଟାରୁ ଆରମ୍ଭ ହୋଇଥିବାବେଳେ ଅତାବିରାର ୧୨ଟି ଓ ହିନ୍ଦୋଳର ୧୬ ଟି ୱାର୍ଡର ଫଳାଫଳ ପ୍ରକାଶ ପାଇଛି । ଅତାବିରାର ସମସ୍ତ ୧୨ଟି ୱାର୍ଡରେ ବିଜେଡି ବିଜୟ ହାସଲ କରିଥିବା ବେଳେ ହିନ୍ଦୋଳର ୧୬ଟି ୱାର୍ଡ ମଧ୍ୟରୁ ୧୩ଟି ୱାର୍ଡରେ ବିଜେଡି ବିଜୟ ହାସଲ କରିଛି। ସେହିପରି ବାକି ୨ଟିରେ ସ୍ୱାଧୀନ ଓ ୧ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

 ହିନ୍ଦୋଳରେ ୧ ନମ୍ବର ୱାର୍ଡରୁ ରୀତା ପଲେଇ ବିଜୟ ହାସଲ କରିଥିବା ବେଳେ  ୱାର୍ଡ ନଂ ୨ରୁ ପ୍ରଦୀପ କୁମାର ବେହେରା, ୱାର୍ଡ ନଂ ୪ରୁ ତପନ କୁମାର ପରିଡ଼ା, ୱାର୍ଡ ନଂ ୫ରୁ ରୀନା ବେହେରା, ୱାର୍ଡ ନଂ ୬ରୁ ସୁବାସ ଚନ୍ଦ୍ର ବେହେରା, ୱାର୍ଡ ନଂ ୭ରୁ ପଳଉ ଦେହୁରୀ, ୱାର୍ଡ ନଂ ୮ରୁ ରଶ୍ମିତା ସାହୁ, ୱାର୍ଡ ନଂ ୯ରୁ ଲବଙ୍ଗ ଦେଇ, ୧୧ ନଂ ୱାର୍ଡରେ ପ୍ରଦ୍ୟୁମ୍ନ ବେହେରା, ୧୨ ନଂ ୱାର୍ଡରେ ଟିମା ବେହେରା, ୧୩ ନଂ ୱାର୍ଡରେ ବସୁମତୀ ସାହୁ, ୧୪ ନଂ ୱାର୍ଡରେ ବିଜୟ ଦାସ ଓ ୧୫ ନଂ ୱାର୍ଡରେ ରମେଶ ଚନ୍ଦ୍ର ସାହୁ ବିଜେଡିରୁ ଜିତିଥିବା ବେଳେ ୧୬ ନଂ ୱାର୍ଡରେ ବିଜେପିର ବିଜୟ ପ୍ରଧାନ ବିଜୟୀ ହୋଇଛନ୍ତି। ସେହିପରି ୱାର୍ଡ ନଂ ୧୦ରୁ ଶ୍ୟାମଘନ ଭୁତିଆ ଓ ୱାର୍ଡ ନଂ ୩ରୁ ଏନାୟତ ଉଲ୍ଲା ଖାଁ ସ୍ୱାଧୀନ ଭାବେ ଜିତିଛନ୍ତି ।

ଅନ୍ୟପଟେ ଅତାବିରାରେ ସମସ୍ତ ୧୨ଟି ୱାର୍ଡରେ ବାଜିମାତ କରିଛି ବିଜେଡ଼ି। ୱାର୍ଡ ନମ୍ବର ୧ରୁ ସନ୍ତୋଷିନୀ ମକନନା, ୱାର୍ଡ ନଂ ୨ରୁ ରଘୁନାଥ ବାରିକ, ୱାର୍ଡ ନଂ ୩ରୁ ଦୀପାଞ୍ଜଳି ଭୋସାଗର, ୱାର୍ଡ ନଂ ୪ରୁ ତ୍ରିବିକ୍ରମ ଦାସ, ୱାର୍ଡ ନଂ ୫ରୁ ଜ୍ୟୋତିର୍ମୟୀ ଗରତିଆ ଓ ୱାର୍ଡ ନଂ ୬ରୁ ବନମାଳୀ ବରିହା ବିଜେଡ଼ିରୁ ବିଜୟ ଲାଭ କରିଛନ୍ତି। ଏହି କ୍ରମରେ ୭ ନଂ ୱାର୍ଡରେ ଜ୍ୟୋତିର୍ମୟୀ ଦାସ, ୮ ନଂ ୱାର୍ଡରେ ମନୋଜ ପ୍ରଧାନ, ୯ ନଂ ୱାର୍ଡରେ ଆରତୀ ନାଏକ, ୧୦ ନଂ ୱାର୍ଡରେ ସୁରେଶପୁରୀ ପାଣ୍ତେ,  ୧୧ ନମ୍ବର ୱାର୍ଡରେ ପ୍ରକାଶ ପ୍ରଧାନ ଏବଂ ଶେଷରେ ୧୨ ନମ୍ବର ୱାର୍ଡରେ ଗୁନିଆ ସାହୁ ବିଜୟୀ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ୬ ତାରିଖରେ ଅତାବିରା , ହିନ୍ଦୋଳ ଓ ନୂଆପଡା ଏନଏସିରେ ଏପ୍ରିଲ ୩ରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ହାଇକୋର୍ଟଙ୍କ ରହିତାଦେଶ ଯୋଗୁଁ ନୂଆପଡା ଏନଏସି ନିର୍ବାଚନ କରାଯାଇନାହିଁ ।