ଅନ୍ନପୂର୍ଣ୍ଣା ଯୋଜନା : ଚାଉଳ ଓ ପାଣ୍ଠି ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର

0
864
naveen
naveen
ଭୁବନେଶ୍ୱର : ଅନ୍ନପୂର୍ଣ୍ଣା ଯୋଜନା ବାବଦକୁ ଖାଦ୍ୟ ଶସ୍ୟ ଓ ପାଣ୍ଠି ପାଇଁ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଦାବି କରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।  ଗତ ୨ ବର୍ଷର ଚାଉଳ ଓ ବର୍ଷକର ପାଣ୍ଠି ତୁରନ୍ତ ଯୋଗାଇବାକୁ ଶ୍ରୀ  ପଟ୍ଟନାୟକ ଦାବି କରିଛନ୍ତି ।

ଶ୍ରୀ ପଟ୍ଟନାୟକ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଅନ୍ନପୂର୍ଣ୍ଣା ଯୋଜନାରେ ମୁଣ୍ଡପିଛା ୧୦ କେଜି ଚାଉଳ ବରିଷ୍ଠ ନାଗରିକମାନଙ୍କୁ ମାଗଣାରେ ଦିଆଯାଉଛି । ରାଜ୍ୟର ୬୪ ହଜାର ୮୦୦ ବରିଷ୍ଠ ନାଗରିକ ମାନେ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେଉଛନ୍ତି । ସମ୍ପୃକ୍ତ ଯୋଜନା ଲାଗି କେନ୍ଦ୍ର ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ୨୦୧୬-୧୭ ଏବଂ ୧୭-୧୮ ପାଇଁ ଅର୍ଥ ଏବଂ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ଖାଦ୍ୟ ଶସ୍ୟ ମଧ୍ୟ ଦେଇନାହିଁ । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ଦେଇ ସମ୍ପୃକ୍ତ ହିତାଧିକାରୀ ମାନଙ୍କୁ ଦେଉଛି । ଫଳରେ ସରକାରଙ୍କ ଉପରେ ଅତିରିକ୍ତ ବୋଝ ପଡ଼ୁଛି । ତେଣୁ ସମ୍ପୃକ୍ତ ମନ୍ତ୍ରଣାଳୟ ମାନଙ୍କୁ ଅନ୍ନପୂର୍ଣ୍ଣା ଯୋଜନା ପାଇଁ ଅର୍ଥ ଅନୁଦାନ ମଞ୍ଜୁରୀ କରିବା ଏବଂ ଖାଦ୍ୟ ଶସ୍ୟ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ।