ନାଗପୁର : ଅଯୋଧ୍ୟ।ର ବିବାଦୀୟ ଭୂମୀ ଉପରେ ମନ୍ଦିର ନିର୍ମାଣ ହେବା ନିଶ୍ଚିତ। ଆରଏସଏସର ସରକାର୍ୟ୍ୟବାହ ଭୈୟାଜୀ ଯୋଶୀ ରାମ ମନ୍ଦିର ନିର୍ମାଣକୁ ନେଇ ବଡ଼ ବୟାନ ଦେଇ କହିଛନ୍ତି ଯେ ବିବାଦୀୟ ଭୂମୀ ଉପରେ ମନ୍ଦିର ବ୍ୟତୀତ ଆଉ କିଛି ନିର୍ମାଣ ହୋଇ ପାରିବ ନାହିଁ। କ୍ରମାଗତ ଚତୁର୍ଥ ଥର ସଂଘର ସରକାର୍ୟ୍ୟବାହ ଭାବେ ଚତୁର୍ଥ ଥର ଚୟନ ହୋଇଥିବା ଯୋଶୀ ନାଗପୁରରେ ଅଖିଳ ଭାରତୀୟ ପ୍ରତିନିଧି ସଭାର ମିଟିଂ ପରେ କହିଛନ୍ତି ଯେ ଏଥିପାଇଁ ପ୍ରକ୍ରିୟା ସହିତ ଯିବାକୁ ପଡ଼ିବ। ନ୍ୟାୟାଳୟର ନିର୍ଣ୍ଣୟ ପରେ ରାମ ମନ୍ଦିର ନିର୍ମାଣ ଆରମ୍ଭ ହେବ। ଅଦାଲତ ବାହାରେ ସମାଧାନର ପ୍ରୟାସକୁ ନେଇ ଭୈୟାଜୀ ଯୋଶୀ କହିଛନ୍ତି ଯେ, ରାମ ମନ୍ଦିର ଉପରେ ସର୍ବସମ୍ମତି ପ୍ରକାଶ ପାଇବା ସହଜ ନୁହେଁ, ମାତ୍ର ଯେଉଁ ପ୍ରୟାସ ଚାଲିଛି ତାକୁ ଆମେ ସ୍ଵାଗତ କରୁଛୁ। ଉଲ୍ଲେଖଯୋଗ୍ୟ ଶନିବାର ନାଗପୁର ବୈଠକରେ ଚତୁର୍ଥ ଥର ଭାବେ ଭୈୟାଜୀ ଯୋଶୀ ସର୍ବସମ୍ମତି କ୍ରମେ ସଂଘର ସରକାର୍ୟ୍ୟବାହ ହୋଇଛନ୍ତି। ୨୦୦୯ରୁ ଆରଏସଏସର ମହାସଚିବ ପଦ ସମ୍ଭାଳିଥିବା ଯୋଶୀ ୨୦୨୧ ପର୍ୟ୍ୟନ୍ତ ଏହି ପଦରେ ରହିବେ । ଉଲ୍ଲେଖନୀୟ ସଂଘ ଏହି ମହତ୍ଵପୂର୍ଣ୍ଣ ସମୟରେ ଦେଶର ସବୁ ଦିଗରେ ନିଜର ବିସ୍ତାର କରି ଚାଲିଛି। ସଂଘ ପରିବର୍ତ୍ତନ ଜାଗାରେ ନିରନ୍ତରତା ଉପରେ ଜୋର ଦେଇଛି। ଯୋଶୀଙ୍କ ବ୍ୟତୀତ କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର ଦକ୍ଷିଣ ମଧ୍ୟ କ୍ଷେତ୍ରର କ୍ଷେତ୍ରୀୟ ସଂଘଚାଳକ ଭି ନାଗରାଜଙ୍କୁ ମଧ୍ୟ ସର୍ବସମ୍ମତି କ୍ରମେ ପୁନଃ ଚୟନ କରାଯାଇଛି। ଏହା ତାଙ୍କର ଦ୍ଵିତୀୟ କାର୍ୟ୍ୟକାଳ।