ଅଯୋଧ୍ୟା ବିବାଦକୁ ନେଇ ଆଧ୍ୟାତ୍ମିକ ଗୁରୁ ରବିଶଙ୍କରଙ୍କ ବଡ଼ ବୟାନ

0
915
Sri Sri Ravi Shankar
Sri Sri Ravi Shankar

ଯଦି ସମାଧାନ ନହୁଏ, ଦେଶରେ ସିରିଆ ପରିସ୍ଥିତି ଉପୁଜିବ

ନୂଆଦିଲ୍ଲୀ: ଆର୍ଟ ଅଫ ଲିଭିଂର ପ୍ରମୁଖ ରବିଶଙ୍କର ଅଯୋଧ୍ୟା ବିବାଦକୁ ଅଦାଲତ ବାହାରେ ସମାଧାନ କରିବା ସପକ୍ଷରେ ଯୁକ୍ତିବାଢ଼ି ସୋମବାର ପୁଣି ଥରେ ଜୋର ଦେଇ କହିଛନ୍ତି ଯେ ବିବାଦକୁ କୋର୍ଟ ବାହାରେ ସମାଧାନ କରିବା ଉଚିତ୍। ଭଗବାନ ରାମଙ୍କୁ ଅନ୍ୟ କୌଣସି ଜାଗାରେ ସୃଷ୍ଟି କରାଯାଇ ପାରିବ ନାହିଁ। ମୁସଲମାନମାନଙ୍କୁ ରାମ ଜନ୍ମଭୂମୀ ଉପରେ ନିଜର ଦାବି ଛାଡି ଉଦାହରଣ ସୃଷ୍ଟି କରିବା ଉଚିତ୍। କୋର୍ଟ ବାହାରେ ଅଯୋଧ୍ୟା ବିବାଦର ସମାଧାନ ପାଇଁ ପ୍ରୟାସ ଚଳାଇଥିବା ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ପୁଣି ଥରେ ଏହି ମାମଲାକୁ ନେଇ ବହୁତ ବଡ଼ ବୟାନ ଦେଇଛନ୍ତି। ତାଙ୍କ କହିବା କଥା ଯଦି ବିବାଦର ସମାଧାନ ନହୁଏ ତେବେ ଦେଶ ସିରିଆ ହୋଇଯିବ। ସେ କହିଛନ୍ତି ଯେ ମୁସଲମାନମାନଙ୍କୁ ବୁଝିବା ଉଚିତ୍ ଯେ ଅଯୋଧ୍ୟା ସେମାନଙ୍କର ଧାର୍ମିକ ସ୍ଥଳ ନୁହେଁ। ସେ କହିଛନ୍ତି ଯେ ନିଷ୍ପତ୍ତି କୋର୍ଟରୁ ଆସିଲେ ମଧ୍ୟ କେହି ରାଜି ହେବେ ନାହିଁ। ଯଦି କୋର୍ଟରେ ଏହାର ନିଷ୍ପତ୍ତି ହୁଏ ତେବେ ଗୋଟିଏ ପକ୍ଷକୁ ପରାଜୟ ସ୍ଵୀକାର କରିବାକୁ ପଡ଼ିବ। ଏମିତି ସ୍ଥିତିରେ ହାରିଥିବା ପକ୍ଷ କିଛି ସମୟ ପାଇଁ କୋର୍ଟର ନିଷ୍ପତ୍ତିକୁ ମାନି ନେବ, ମାତ୍ର ପରେ ପୁଣି ଥରେ ବିବାଦ ସୃଷ୍ଟି ହେବ। ଯାହା ସମାଜର ହିତରେ ନୁହେଁ।
ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ କିଛି ଲୋକ ତାଙ୍କର ପ୍ରୟାସକୁ ସମାଲୋଚନା କରୁଛନ୍ତି କାରଣ ସେମାନେ ବିବାଦକୁ ବଢ଼ାଇବାକୁ ଚାହୁଁଛନ୍ତି। ମନ୍ଦିର ସ୍ଥଳରେ ହସ୍ପିଟାଲ ନିର୍ମାଣ ପ୍ରସ୍ତାବ ବୋକାମୀ ପରି ହେବ ଏବଂ ଭଗବାନ ରାମଙ୍କୁ ଅନ୍ୟ କୌଣସି ସୃଷ୍ଟି କରାଯାଇ ପାରିବ ନାହିଁ। ଇସଲାମ ବିବାଦୀୟ ଜାଗାରେ ଇବାବତ କରିବାର ଅନୁମତି ଦିଏ ନାହିଁ। ଶ୍ରୀ ଶ୍ରୀ ରବି ଶଙ୍କର ମୌଲାନା ସଲମାନ ନଦବୀଙ୍କ ସପକ୍ଷରେ କହିଛନ୍ତି ଯେ ଏହି ବିବାଦରେ ତାଙ୍କୁ କୌଣସି ପ୍ରକାର ଅଫର ଦିଆଯାଇ ନାହିଁ। ଏ ହେଉଛନ୍ତି ସେହି ନଦବୀ ଯିଏ କୋର୍ଟ ବାହାରେ ବିବାଦର ସମାଧାନ ପ୍ରସ୍ତାବକୁ ସମର୍ଥନ କରିଥିଲେ। ଯାହାଙ୍କ ପ୍ରସ୍ତାବକୁ ମୁସଲିମ ପର୍ସନାଲ ଲ ବୋର୍ଡ ଖାରଜ କରି ବୋର୍ଡ଼ରୁ ବାହାର କରି ଦେଇଥିଲେ।
ଅପର ପକ୍ଷେ ଫେବୃଆରୀ ୮ରେ ସୁପ୍ରିମକୋର୍ଟରେ ଅଯୋଧ୍ୟା ବିବାଦର ଶୁଣାଣି ହୋଇଥିଲା। କୋର୍ଟ ସମସ୍ତ ପକ୍ଷକୁ ଦୁଇ ସପ୍ତାହ ମଧ୍ୟରେ ମାମଲା ସହିତ ଜଡ଼ିତ କାଗଜପତ୍ର ଦେବାକୁ କହିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୪ରେ ହେବ। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଛନ୍ତି ଯେ ଏହି ମାମଲାର ଶୁଣାଣି ଜମି ବିବାଦ ରୂପେ କରାଯିବ।