ଅର୍ଥର ଅଭାବ ନାହିଁ, ସେନା କିଣି ପାରିବେ ଅତ୍ୟାବଶ୍ୟକ ଯୁଦ୍ଧାସ୍ତ୍ର: ପ୍ରତିରକ୍ଷା ମନ୍ତ୍ରୀ

0
854
nirmala sitaraman
nirmala sitaraman

ନୂଆଦିଲ୍ଲୀ : ସେନାକୁ ଯୁଦ୍ଧାସ୍ତ୍ର ଓ ଗୋଲାବାରୁଦ କିଣିବା ପାଇଁ ରକ୍ଷା ମନ୍ତ୍ରାଳୟ ପାଖରେ ଟଙ୍କାର ଅଭାବ ନାହିଁ । ଅତ୍ୟାବଶ୍ୟକୀୟ ଯୁଦ୍ଧାସ୍ତ୍ର ଓ ଅନ୍ୟ ସାମଗ୍ରୀ କିଣିବାକୁ କୁହାଯାଇଛି । ସେନା ନିଜ ଇଚ୍ଛା ଅନୁସାରେ ଜରୁରୀ ଜିନିଷ ପତ୍ର କଣିପାରିବ  ବୋଲି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

ଭାରତର ୩ଟି ପ୍ରମୁଖ ସେନା ପାଇଁ ଯୁଦ୍ଧାସ୍ତ୍ର ଓ ଆଧୁନିକୀକରଣ ନେଇ ଆର୍ଥିକ ପରିସ୍ଥିତି ଉପରେ ବିଗତ ଦିନରେ ସଂସଦର ରକ୍ଷା ସମ୍ବନ୍ଧୀୟ ସ୍ଥାୟୀ କମିଟି ଯେଉଁ ପ୍ରଶ୍ନ ଉଠାଇ ଥିଲା । ସୀତାରମଣ କହିଛନ୍ତି,  ସଂସଦର ଅଧିବେଶନ ଚାଲୁଥିଲା ତାଙ୍କର ଜବାବ ସଂସଦର ଅଧିବେଶନରେ ଦେବି । ଲୋକସଭା ଅଧିବେଶନରେ ସଂସଦର ରକ୍ଷା ମାମଲାର ସ୍ଥାୟୀ କମିଟିର ରିପୋର୍ଟରେ ଆଧୁନିକୀକରଣରେ ଟଙ୍କା କମ ଦିଆଯାଉଥିବା ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଥିଲା । ମେଜର ଜେନେରାଲ ବିସି ଖଣ୍ଡୁରୀଙ୍କ ନେତୃତ୍ୱରେ ରକ୍ଷା ସମ୍ବନ୍ଧୀୟ ସ୍ଥାୟୀ କମିଟି ସମ୍ମୁଖରେ ଉପ ସେନା ମୁଖ୍ୟ ଗଭର୍ଣ୍ଣର ଲେଫନେଣ୍ଟ ଜେନେରାଲ ଶରତ ଚନ୍ଦ୍ର କହିଥିଲେ, ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ସେନାକୁ ଯେଉଁ ଟଙ୍କା ଦିଆଯାଇଛି, ତାହା ଯଥେଷ୍ଟ ନୁହେଁ । ଏତେ କମ ପରିମାଣର ରାଶିରେ ସେନାକୁ କେମିତି ଆଧୁନିକୀକରଣ କରାଯାଇ ପାରିବ ବୋଲି ସେ କହିଥିଲେ । ଯୁଦ୍ଧାସ୍ତ୍ର ଓ ଅର୍ଥ ଉପରେ ପ୍ରତିରକ୍ଷା ମନ୍ତ୍ରୀ ଜଣାଶୁଣା ବ୍ରିଗ୍ରେଡିୟର ଗୁରମିତ କମ୍ବଲଙ୍କ ପୁସ୍ତକ ଉନ୍ମୋଚନ ଅବସରରେ ଏହା କହିଛନ୍ତି । ଗୁରମିତଙ୍କ ପୁସ୍ତକ ଦେଶର ପରମାଣୁ ଅସ୍ତ୍ର ନୀତି ଉପରେ ଆଧାରିତ ।