ମୌଲାନାଙ୍କ କହିବାନୁଯାୟୀ, ଏହି ପ୍ରଶାସନିକ ଅଧିକାରୀମାନେ ଦଙ୍ଗା ସମୟରେ ମୁସଲିମଙ୍କ ଘରୁ ଗୋଳା ବାରୁଦ ସହ ସମସ୍ତ ହତିଆରକୁ ବେଆଇନ ଭାବେ ଜବତ କରିଥାନ୍ତି । ସେଥିପାଇଁ ଅଧିକାରୀଙ୍କୁ ଦଣ୍ଡ ଦେବା ଉଚିତ ବୋଲି ଏହି ଟେପରେ କୁହାଯାଇଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତ ପ୍ରଶାସନିକ ଅଧିକାରୀଙ୍କୁ ସତର୍କ ରହିବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି । ମୌଲାନା ଅସିମ ଉମରବୋର୍ନଙ୍କୁ ୨୦୧୪ରେ ଅଲ-ଜବାହିରୀ ଦ୍ୱାରା ଭାରତୀୟ ଉପମହାଦେଶର ମୁଖ୍ୟ ଘୋଷଣା କରାଯାଇଥିଲା । ତାଙ୍କୁ ମୁସଲିମ ଯୁବକଙ୍କୁ ନେଇ ଭାରତ ବିରୋଧରେ ଯୁଦ୍ଧ କରିବା ପାଇଁ କୁହାଯାଇଥିଲା । ତାଙ୍କ କହିବାନୁସାରେ ଭାରତୀୟ ମୁସଲିମଙ୍କୁ ଭାରତ ମାତା କି ଜୟ ଏବଂ ଧର୍ମ ପରିବର୍ତନ କରିବାକୁ ବାଧ୍ୟ କରାଯାଉଛି । ଯାହା କେବେ ବି ଇସଲାମରେ ଗ୍ରହଣୀୟ ନୁହେଁ ।
୮ ସନ୍ଦିଗ୍ଧଙ୍କ ସ୍କେଚ ଜାରି
ଏକ ବର୍ଷ ପୂର୍ବରୁ ଦିଲ୍ଲୀ ପୋଲିସ ଝାରଖଣ୍ଡ, ବିହାର ଏବଂ ଉତର ପ୍ରଦେଶରେ ରହୁଥିବା ୧୨ରୁ ଅଧିକ ଆତଙ୍କବାଦୀଙ୍କୁ ଗିରଫ କରିଥିଲା । ସେମାନଙ୍କୁ ଜେରା କରିବା ପରେ ଜଣା ପଡିଥିଲା କି ସେମାନେ ଅସୀମଙ୍କ ଭାଷଣ ଶୁଣି ଅଲକଏଦାରେ ଯୋଗ ଦେଇଥିଲେ । ଏହା ସହ ପୋଲିସ ଆହୁରି ୮ଜଣ ସନ୍ଦିଗ୍ଧଙ୍କ ଫଟୋ ମଧ୍ୟ ଜାରି କରିଥିଲା ।