ଅଳ୍ପକେ ଦୁର୍ଘଟଣା ବର୍ତ୍ତିଲା ଇଣ୍ଡିଗୋ ଓ ବାୟୁସେନା ବିମାନ

0
864
flight escaped from accident
flight escaped from accident

ଚେନ୍ନାଇ :  ୨୪ ହଜାର ଫୁଟ ଉଚ୍ଚତାରେ  ଇଣ୍ଡିଗୋ ଓ ଭାରତୀୟ ବାୟୁସେନାର ବିମାନ ପରସ୍ପର ମଧ୍ୟରେ ଧକ୍କା ହେବାରୁ ଅଳ୍ପକେରୁ ବର୍ତ୍ତି ଯାଇଛି। ଡିଜିସିଏ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି।

ଚେନ୍ନାଇର ଉଡ଼ାଣ କ୍ଷେତ୍ରରେ  ମେ ୨୧ରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି।   ଇଣ୍ଡିଗୋ ଓ ଭାରତୀୟ ବାୟୁସେନାର ବିମାନ ପରସ୍ପର ମଧ୍ୟରେ ଧକ୍କା ହେବାରୁ ଅଳ୍ପକେରୁ ବର୍ତ୍ତି ଯାଇଛି। ରିଜୋଲ୍ୟୁସନ ଆଡଭାଇଜରି(ଆରଏ)ରୁ ଚେତାବନୀ ମିଳିବା ପରେ ଇଣ୍ଡିଗୋର ପାଇଲଟ୍ ତୁରନ୍ତ ସୁରକ୍ଷିତ ଭାବେ ବିମାନକୁ ଦୂରେଇ ନେଇଯିବା ଫଳରେ ଏହି ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ପାରିଛି।

ମିଳିଥିବା ସୂଚନା ଅନୁଯାୟୀ ଦୁଇ ବିମାନ ୨୪ ହଜାର ଫୁଟ ଉଚ୍ଚତାରେ ଉଡୁଥିଲେ। ଏହି ସମୟରେ ଦୁଇ ବିମାନ ମଧ୍ୟରେ ଦୂରତା ଥିଲା କେବଳ ୩୦୦ ଫୁଟ। ଇଣ୍ଡିଗୋର ଏୟାରବସ ଏ ୩୨୦ ଏହି ସମୟରେ ଉପରକୁ ଉଡାଣ ଭରୁଥିଲା। ଅନ୍ୟ ପଟେ ବାୟୁସେନାର ବିମାନ ଇଣ୍ଡିଗୋ ବିମାନଠୁ ଉପରେ ହିଁ ଉଡୁଥିଲା। ଏହି ଘଟଣା ରାତି ୯ଟା ୪୯ରେ ଘଟିଛି।

ଉଲ୍ଲେଖଯୋଗ୍ୟ ଆରଏର ସ୍ଵଂୟଚାଳିତ ଚେତାବନୀ ପ୍ରଣାଳୀ ରହିଛି, ଯାହା ପରିସ୍ଥିତି ମୁତାବକ କକପିଟରେ ପାଇଲଟଙ୍କୁ ବିମାନର ଦିଗ ବଦଳାଇକୁ ପରାମର୍ଶ ଦେଇଥାଏ। ଏହି ଘଟଣା ବିଷୟରେ ଇଣ୍ଡିଗୋ ସୂଚନା ଦେଇଛି। କିନ୍ତୁ ବାୟୁସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ଆସି ନାହିଁ। ଡିଜିସିଏ ମାମଲାର ତଦନ୍ତ ଆରମ୍ଭ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ମୁମ୍ବାଇର ଆକାଶ ମାର୍ଗରେ ଦୁଇ ଯାତ୍ରୀବାହୀ ବିମାନ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନ ଅଳ୍ପକେରୁ ଧକ୍କା ହେବାରୁ ବର୍ତ୍ତି ଯାଇଥିଲା। ପାଇଲଟଙ୍କ ବୁଦ୍ଧିମତା କାରଣରୁ ଏତେ ବଡ଼ ଦୁର୍ଘଟଣା ଟଳି ଯାଇଥିଲା।