ଆଇଇଡି ବିସ୍ଫୋରଣରେ ଜଣେ ଶହୀଦ

0
786
jawan martyred
jawan martyred
ଛତିଶଗଡ଼ : ଛତିଶଗଡ଼ ପୁଶୱାଡ଼ା ନିଟକରେ ଆଇଆଇଡି ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଶହୀଦ ଯବାନ ଜଣକ ହେଲେ ଏସ୍‌ଆଇ ରାଜେଶ କୁମାର ।

ଛତିଶଗଡ଼ ସୀମାରେ ହିଂସାକାଣ୍ଡ ଘଟାଇ ନିଜର ସ୍ଥିତି ଜାହିର କରୁଛି ଲାଲ ସଂଗଠନ । ବାରମ୍ବାର ଯବାନଙ୍କୁ ଲକ୍ଷ୍ୟକରି ବିଛାଉଛନ୍ତି ମୃତ୍ୟୁର ଜାଲ । ଶେଷରେ ଜନସାଧାରଣଙ୍କୁ ସୁରକ୍ଷା ଦେବାକୁ ଯାଇ ଶହୀଦ ହେଉଛନ୍ତି ସୁରକ୍ଷା ବାହିନୀ । ଆଜି ପୁଣି ସେହିପରି ଘଟଣା ଛତିଶଗଡ଼ ପୁଶୱାଡ଼ା ନିଟକରେ ଆଇଆଇଡି ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ଶହୀଦ ଯବାନ ଜଣକ ହେଲେ ଏସ୍‌ଆଇ ରାଜେଶ କୁମାର ।  କାଙ୍କେର୍‌ ଜିଲ୍ଲା ପୁଶୱାଡ଼ାରେ ରାସ୍ତା କାମ ଚାଲୁଥିବାବେଳେ ସେଠାରେ ସୁରକ୍ଷା ଦେବାକୁ ୨୦୬ କୋବ୍ରା ବାଟାଲିୟାନ୍‌ଙ୍କୁ ନିୟୋଜିତ କରାଯାଇଥିଲା । ଏହି ସମୟରେ ପୂର୍ବରୁ ବିଛା ଯାଇଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନ୍‌ର ଯବାନ ପ୍ରାଣ ହରାଇଥିବା ବେଳେ ଜଣେ ଯବାନ ଗୁରୁତରଭାବେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହା ପରେ ସଂପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଥିବା ସୂଚନାମିଳିଛି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ମେ ୨୦ରେ ଛତିଶଗଡ଼ ଦନ୍ତେୱାଡ଼ାରେ ବଚେଲିରେ ଆଇଇଡି ବିସ୍ଫୋରଣେ ୭ ଜଣ ଯବାନ ପ୍ରାଣ ହରାଇଥିଲେ । ଏହା ପରେ ସୁକମା, ଦନ୍ତେୱାଡ଼ା ଓ ବସ୍ତରରେ ୫୦ ହଜାର ଯବାନଙ୍କୁ ନିୟୋଜିତ କରାଯିବ ବୋଲି ଯୋଜନା ପ୍ରସ୍ତୁତ କରାଯାଇଛି । ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରାଣାଳୟ ପକ୍ଷରୁ ବସିଥିବା ଏକ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି ।