ଭୁବନେଶ୍ୱର : ଆଇଏଏସ ସ୍ତରରେ ଏକ ଛୋଟିଆ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମହିଳା,ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ସଚିବ ଚିତ୍ରା ଅରୁମୁଗମଙ୍କୁ ଯୋଜନା ଓ ସମନ୍ଵୟ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ନିଯୁକ୍ତ କରାଯାଇଛି । ଶ୍ରମ ଓ ଇଏସଆଇ ବିଭାଗର ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କୁ ମହିଳା,ଶିଶୁ ବିକାଶ ଓ ମିଶନ ଶକ୍ତି ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏନଆରଏଲଏମ ନିର୍ଦ୍ଦେଶକ ଓ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ଶାସନ ସଚିବ ପ୍ରଣବ ଜ୍ୟୋତି ନାଥଙ୍କୁ ଶିଳ୍ପ ନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି । ଅନ୍ୟପକ୍ଷରେ ଶିଳ୍ପ ନିର୍ଦ୍ଦେଶକ ସ୍ମୃତି ରଂଜନ ପ୍ରଧାନଙ୍କୁ ଏନଆରଏଲଏମ ନିର୍ଦ୍ଦେଶକ କରାଯାଇଛି ।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...