ଆଇଏସ୍‌ଆଇଏସ୍ଇ ବର୍ବରତା : ୩୯ ଭାରତୀୟଙ୍କୁ ହତ୍ୟା

0
928
isis
isis
ନୂଆଦିଲ୍ଲୀ  : ବର୍ବରତାର ସମସ୍ତ ସୀମା ଟପିଛି  ଆଇଏସଆଇଏସର । ଇରାକରେ  ୩୯ ଭାରତୀୟଙ୍କୁ ଆଇଏସଆଇଏସ ହତ୍ୟା କରିଛି । ରାଜ୍ୟସଭାରେ ଆଜି  ଏହି ତଥ୍ୟ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ  ।

ସୁଷମା ସ୍ୱରାଜ ସଂସଦରେ ଦେଇଥିବା ତଥ୍ୟ ମୁତାବକ, ମୃତକମାନଙ୍କ ସଂଖ୍ୟା ୩୯ ଥିବା ବେଳେ ସେମାନଙ୍କ ମଧ୍ୟରୁ ୩୧ଜଣ ପଂଜାବ ପ୍ରଦେଶର ହୋଇଥିବା ବେଳେ ୪ଜଣ ହିମାଚଳ ପ୍ରଦେଶ ଏବଂ ଅନ୍ୟମାନେ ବିହାରର । ଇରାକ ଓ ଭାରତ ସରକାରଙ୍କ ମିଳିତ ସହଯୋଗରେ ମୃତ ଭାରତୀୟଙ୍କ ସନ୍ଧାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା  ଏବଂ ଶବ ଗୁଡିକୁ ଏକ ସ୍ୱତନ୍ତ୍ର ବିମାନରେ ଭାରତ ଆଣିବାକୁ ବ୍ୟବସ୍ଥା କରାଯାଇଛି । ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ସଂସଦରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

୨୦୧୪ ରେ ଏମାନଙ୍କୁ ଅପହରଣ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଜଣେ ଭାଗ୍ୟବଶତଃ ଖସି ପଳାଇ ଆସିଥିଲେ । ଅନ୍ୟମାନଙ୍କୁ ଆଇଏସ୍‌ଆଇଏସ୍‌ ସଂଗଠନ ହତ୍ୟା କରିଛି । ଏମାନଙ୍କ ଡିଏନ୍‌ଏ ରିପୋର୍ଟ ମଧ୍ୟ ମିଳିଛି । ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସୁଷମା କହିଛନ୍ତି ।