ଆଇନଜୀବୀମାନେ ଗରିବର ସ୍ୱର ହେବା ଉଚିତ: ରାଷ୍ଟ୍ରପତି

0
874
kovind at law university
kovind at law university
କଟକ : ଆଇନଜୀବୀମାନେ ଗରିବର ସ୍ୱର ହେବା ଉଚିତ। ନ୍ୟାୟ ପ୍ରଦାନରେ କୋର୍ଟଙ୍କୁ ସାହାଯ୍ୟ କରିବା ଓକିଲଙ୍କ ଦାୟିତ୍ୱ ବୋଲି ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ଅବସରରେ ଯୋଗ ଦେଇ ନିଜ ଅଭିଭାଷଣରେ ଏହା କହିଛନ୍ତି। ଆଇନ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଦେଶର ଚିତ୍ର ବଦଳାଇଛନ୍ତି। ସାମାଜିକ ଦାୟିତ୍ୱବୋଧ ନ ଭୁଲିବାକୁ ଆଇନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ କୋବିନ୍ଦ।
ରାଷ୍ଟ୍ରପତି କୋବିନ୍ଦ ଏହି ପ୍ରତିଷ୍ଠା ଉତ୍ସବରେ ଉଦବୋଧନ ଦେଇ କହିଛନ୍ତି ଯେ ସମୟ ବଦଳିବା ସହ ଆଇନର ପରିସର ବଢିବାରେ ଲାଗିଛି। କମର୍ସିଆଲ ଆଣ୍ଡ ବିଜନେସ ଲ, ସାଇବର ଲ ଆଦି ଆସି ସାରଲାଣି। ଶ୍ରୀ କୋବନ୍ଦ ବିଶ୍ୱ ବିଦ୍ୟାଳୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ସମାଜର ଅବହେଳିତା, ନିଷ୍ପେସିତ ହକ୍ ପାଇଁ ଲଢିବାକୁ ହେବ। ଲିଗାଲ ରୁଲକୁ ସରଳୀକରଣ କରିବା ପାଇଁ ମଧ୍ୟ ରାଷ୍ଟ୍ରପତି ମତ ଦେଇଛନ୍ତି।

ଏହି ଆଇନ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଦିବସ ସମାରୋହରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଦୀପକ ମିଶ୍ର, ରାଜ୍ୟପାଳ ଏସସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ବିନୀତ ସୋରେନ୍ ଓ ବିଶ୍ୱ ବିଦ୍ୟାଳୟର ଭାଇସ ଚାନ୍ସସେଲର ଶ୍ରୀକ୍ରିଷ୍ଣା ଦେବ ରାଓ ଓ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।