ଆଇପିଏଲ୍‌ ୨୦୧୮ : ଗମ୍ଭୀର ହେଲେ ଦିଲ୍ଲୀ ଅଧିନାୟକ

0
859

ଭୁବନେଶ୍ୱର: ଦଲ୍ଲୀ ଡେୟାର ଡେଭିଲ୍ସ ଟିମ୍‌ ତାର୍‌ ନୂଆ ଅଧିନାୟକ ଭାବେ ଗୌତମ ଗମ୍ଭୀରଙ୍କ ନାଁ ଘୋଷଣା କରିଛି। ଦିଲ୍ଲୀର ଟିମ୍‌ର ସିଇଓ ହେମନ୍ତ ଦୁଆ ଗମ୍ଭୀରଙ୍କ ନାଁ ଔପଚାରିକ ଭାବେ ଘୋଷଣା କରିଛନ୍ତି। ୨୦୧୮ ଆଇପିଏଲରେ ଗମ୍ଭୀରଙ୍କ ନେତୃତ୍ୱରେ ଦିଲ୍ଲୀ ପଡ଼ିଆକୁ ଓହ୍ଲାଇବ।

ଆଇପିଏଲ ସିଜିନ-୧୧ ଏପ୍ରିଲ ୭ରୁ ଆରମ୍ଭ ହେବ। ଦିଲ୍ଲୀ ଟିମ୍‌ ଆଇପିଏଲ୍‌ରେ ତାର ପ୍ରଥମ ମ୍ୟାଚ୍‌ ଏପ୍ରିଲ ୮ରେ ନିଜ ଘରୋଇ ମାଟିରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ବିପକ୍ଷରେ ଖେଳିବ। ଗମ୍ଭୀର ଆଇପିଏଲରେ ମୋଟ୍‌ ୧୪୮ ଟି ମ୍ୟାଚ୍‌ ଖେଳି ୪୧୩୩ ରନ ସଂଗ୍ରହ କରିଛନ୍ତି। ତାଙ୍କର ବ୍ୟାଟିଂ ଅଭରେଜ୍‌ରେ ରହିଛି ୩୧.୫୫। ତାଙ୍କର ପୂର୍ବ ଦକ୍ଷତା ଆଧାରରେ ଗମ୍ଭୀରଙ୍କୁ ଦିଲ୍ଲୀ ଟିମ୍‌ର ଅଧିନାୟକ କରାଯାଇଛି। ଆଇପିଏଲ୍‌ ଆରମ୍ଭରୁ ୩ଟି ସିଜିନ ପର୍ଯ୍ୟନ୍ତ ଗମ୍ଭୀର ଦିଲ୍ଲୀ ଡେୟାରଡେଭିଲ୍ସ ଟିମ୍‌ରେ ଖେଳିଥିଲେ। ଏହାପରେ ୨୦୧୧ରୁ ୨୦୧୭ ସିଜିନ ପର୍ଯ୍ୟନ୍ତ ଗମ୍ଭୀର କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ର ନେତୃତ୍ୱ ନେଇ ଦୁଇ ଦୁଇ ଥର ଟିମ୍‌କୁ ଚାମ୍ପିୟନ କରାଇଥିଲେ। ୨୦୧୨ ଓ ୨୦୧୪ରେ ଗମ୍ଭୀରଙ୍କ ନେତୃତ୍ୱରେ କେକେଆର୍‌ ଆଇପିଏଲ୍‌ ଚାମ୍ପିୟନ ହୋଇଥିଲା।