ଆଇପିଏଲ ୧୨ ୟୁଏଇରେ ଆୟୋଜନ!

0
1000
ipl
ipl

ନୂଆଦିଲ୍ଲୀ :  ଆଇପିଏଲ ୨୦୧୨ ସଂସ୍କରଣ  ଆସନ୍ତାବର୍ଷ ୟୁଏଇରେ ଖେଳାଯିବ । ଆଗାମୀ ମାର୍ଚ୍ଚ ୨୯ରୁ ମଇ ୧୯ ମଧ୍ୟରେ ଖେଳାଯିବ । ବିସିସିଆଇର ପୂର୍ବାନୁମାନ ଯେ, ଏହି ସମୟରେ ଦେଶରେ ସାଧାରଣ ନିର୍ବାଚନ ହୋଇପାରେ ।

ଆସନ୍ତାବର୍ଷ  ଯଦି ସାଧାରଣ ନିର୍ବାଚନ ବେଳେ ହୁଏ, ତା’ହେଲେ ଏହି ମନୋରଞ୍ଜନ ଧର୍ମୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ  ୟୁନାଇଟେଡ ଆରବ ଇମିରେଟ(ୟୁଏଇ)ରେ ଖେଳାଯିବ । ଆଇପିଏଲ ୨୦୧୨ ସଂସ୍କରଣ ଆଗାମୀ ମାର୍ଚ୍ଚ ୨୯ରୁ ମଇ ୧୯ ମଧ୍ୟରେ ଖେଳାଯିବ । ବିସିସିଆଇର ପୂର୍ବାନୁମାନ ଯେ, ଏହି ସମୟରେ ଦେଶରେ ସାଧାରଣ ନିର୍ବାଚନ ହୋଇପାରେ ।  ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ଗୋପନୀୟତାର ସହିତ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଯଦି ଏଭଳି ସ୍ଥିତି ଆସିବ ଆଇପିଏଲ କେଉଁଠି ଖେଳାଯିବ ସେ ନେଇ ଆମେ ଯୋଜନା ପ୍ରସ୍ତୁତ କରିବୁ । ଆବଶ୍ୟକ ପଡ଼ିଲେ ଏହାକୁ ୟୁଏଇରେ ଆୟୋଜନ କରାଯିବ । ୟୁଆଇର ସମୟ ସାରଣୀ ଭାରତୀୟ ଦର୍ଶକଙ୍କ ପାଇଁ ଅନୁକୁଳ ଅଟେ । ‘ୟୁଏଇ’ର ଶାରଜା, ଦୁବାଇ ଓ ଆବୁଧାବୀରେ ମ୍ୟାଚ ଖେଳାଯାଇ ପାରିବ । ଏହା ପୂର୍ବରୁ ସାଧାରଣ ନିର୍ବାଚନ ବେଳେ ବିଦେଶରେ ୨ଥର ଆଇପିଏଲ ମ୍ୟାଚ ଖେଳାଯାଇଛି । ୨୦୦୯ରେ ସାଧାରଣ ନିର୍ବାଚନ ଯୋଗୁଁ ଆଇପିଏଲକୁ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା । ସେହିଭଳି ୨୦୧୪ରେ ଆଇପିଏଲ ମ୍ୟାଚ ୟୁଏଇରେ ଖେଳାଯାଇଥିଲା ।