ଆଇପିଏସ୍‌ ସ୍ତରରେ ଅଦଳବଦଳ

0
1005
ips
ips

ଭୁବନେଶ୍ୱର:ଶୁକ୍ରବାର  ଓଡ଼ିଶା କ୍ୟାଡର ଭାରତୀୟ ପୁଲିସ ସେବା(ଆଇପିଏସ୍‌) ସ୍ତରରେ  ଅଦଳବଦଳ ହୋଇଛି।  ବରିଷ୍ଠ ପୁଲିସ ଅଧିକାରୀ ନରସିଂହ ଭୋଳଙ୍କୁ ତାଳଚେର ରେଞ୍ଜ ଡିଆଜି , ଘନଶ୍ୟାମ ଉପାଧ୍ୟାୟଙ୍କୁ ଏସ୍‌ଆଇଡବ୍ଲୁ ଆଇଜି  ଓ ସୂର୍ଯ୍ୟ ଥଙ୍କାପାନଙ୍କୁ ବିଜୁ ପଟ୍ଟନାୟକ ଏକାଡେମୀର ଉପନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ସେହିଭଳି ସାରା ଶର୍ମାଙ୍କୁ କ୍ରାଇମ ବ୍ରାଞ୍ଚ ଏସ୍‌ପି ଦାୟିତ୍ୱ ମିଳିଥିବା ବେଳେ ପଦ୍ମିନୀ ସାହୁଙ୍କୁ ସୁନ୍ଦରଗଡ଼ ଜିଲ୍ଲା ପାନପୋଷ ଏସ୍‌ଡିପିଓ ଭାବରେ ନିଯୁକ୍ତି ମିଳିଛି।