ଆଇସିୟୁରେ ପପୁ : ଆସନ୍ତାକାଲି ଯିବେ ଦିଲ୍ଲୀ ଏମ୍ସ୍

0
989
papu pam pam
papu pam pam

ଭୁବନେଶ୍ବର : ଗୁରୁତର ହୋଇ ଆଇସିୟୁରେ ଅଛନ୍ତି ପପୁ । ଏୟାର ଆମ୍ବୁଲାନ୍ସ ଯୋଗେ ଆସନ୍ତାକାଲି ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇପାରେ ବୋଲି କହିଛନ୍ତି ଡାକ୍ତର ।
ଓଡିଆ ଚଳଚ୍ଚିତ୍ରର ଲୋକପ୍ରିୟ ହାସ୍ୟ ଅଭିନେତା ପପୁ ପମପମ୍ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ସେ ପାନକ୍ରିୟାସ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ଆଜି ପୁର୍ବାହ୍ନରେ ପପୁଙ୍କ ଦେହ ଖରାପ ହେବାରୁ ତାଙ୍କୁ ପରିବାର ଲୋକେ ଏକ ଘରୋଇ ମେଡିକାଲରେ ଭର୍ତି କରିଥିଲେ । ଏବେ ମଧ୍ୟ ଗୁରୁତର ହୋଇ ଆଇସିୟୁରେ ଅଛନ୍ତି ପପୁ । କାଲି ସକାଲୁ ତାଙ୍କୁ ଦିଲ୍ଲୀ ଏମ୍ସ୍ ପଠାଯିବ ବୋଲି ଜଣା ପଡିଛି । ଏୟାର ଆମ୍ବୁଲାନ୍ସ ଯୋଗେ ଆସନ୍ତାକାଲି ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇପାରେ ବୋଲି କହିଛନ୍ତି ଡାକ୍ତର ।