ଆଉ ଏକ ବଡ଼ ଠକାମିର ପର୍ଦ୍ଦାଫାଶ କଲା ଆୟକର ବିଭାଗ

0
901
645193-income-tax-reuters
645193-income-tax-reuters

ରୁଜୁ ହେଲା ୪୪୭ କମ୍ପାନୀ ବିରୁଦ୍ଧରେ ମାମଲା

ନୂଆଦିଲ୍ଲୀ ପିଏନବିରେ ହୋଇଥିବା ମହାଦୁର୍ନୀତି ପରେ ଆୟକର ବିଭାଗ ବର୍ତମାନ ଆଉ ଏକ ଦୁର୍ନୀତିର ପର୍ଦ୍ଦାଫାସ କରିଛି । ଏହି ଘୋଟାଲା ଦେଶର ପ୍ରାୟ ୪୪୭ କମ୍ପାନୀଗୁଡିକରେ ପ୍ରାୟ ବହୁତ ସମୟରୁ ଚାଲି ଆସୁଛି । ବର୍ତମାନ ଆୟକର ବିଭାଗ ଏହି ସବୁ କମ୍ପାନୀ ବିରୁଦ୍ଧରେ ମାମଲା ରୁଜୁ କରିଛି ।
ଆୟକର ବିଭାଗ କହିବା ଅନୁଯାୟୀ, ଏହା କେବଳ ଯାଂଚ ପ୍ରକ୍ରିଆ ବିବରଣୀ ଅଟେ । ଯାହା ୨୦୧୭ ଏପ୍ରିଲ ରୁ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ କରାଯାଇଛି । ଏହି ଅନୁସାରେ ସବୁ ବର୍ଷ ସର୍ଭେ କରାଯିବ । ଏହା ଏପରି ଘଟଣା ଅଟେ କି ଯାହାଦ୍ୱାରା କର୍ମଚାରୀମାନେ ଦରମାରୁ ଟିଡିଏସ ତ କଟିଥାଏ ହେଲେ ସମୟ ଭିତରେ ଟିକସ ପୈଠ କରିନଥାନ୍ତି ।

income tax office
ଆୟକର ବିଭାଗ ଏହି କମ୍ପାନୀ ଗୁଡିକ ବିରୁଦ୍ଧରେ ଆଇଟି ଟ୍ୟାକ୍ସ ବିଭାଗର ଧାରା ୨୭୬ ଅନୁଯାୟୀ ଏବଂ ଆଇପିସି ଧାରା ଅନୁଯାୟୀ ଠକିବା ଲୋକଙ୍କ ଉପରେ ମକଦ୍ଦମା କରାଯିବ । ଏହି ଆଧାରରେ ତିନି ମାସରୁ ୭ ବର୍ଷର ଦଣ୍ଡ ଓ ଜରିମାନା ହୋଇପାରେ ।