ଆକାଉଣ୍ଟରେ ସର୍ବନିମ୍ନ ରାଶି : ଜୋରିମାନା ହ୍ରାସ

0
1102
state-bank-of-india
state-bank-of-india

ନୂଆଦିଲ୍ଲୀ :   ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ରାଶି  ନରଖିଲେ  ବର୍ତ୍ତମାନ ସମୟରେ ଗ୍ରାହକଙ୍କୁ ସର୍ବାଧିକ ୫୦ ଟଙ୍କାର ଜୋରିମାନା ଦେବାକୁ ପଡୁଥିଲା।   ଏପ୍ରିଲ ୧ରୁ  କୌଣସି ଗ୍ରାହକଙ୍କୁ ୧୫ ଟଙ୍କାରୁ ଅଧିକ ଜୋରିମାନା ଦେବାକୁ ପଡିବ ନାହିଁ।

ଏପ୍ରିଲ ୧ରେ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇରେ ମଧ୍ୟ ନୂତନ ନିୟମ ଲାଗୁ ହେବ। ଏଥିରେ ଏସବିଆଇର ସାରା ଦେଶରେ ଥିବା ୨୫ କୋଟି ଗ୍ରାହକଙ୍କୁ ସିଧାସଳଖ ଫାଇଦା ମିଳିବ। ଗତ ଦିନରେ ବ୍ୟାଙ୍କ ଆକାଉଣ୍ଟରେ ସର୍ବନିମ୍ନ ରାଶି  ନରଖିଲେ ଜୋରିମାନା ଭାବେ ଯେଉଁ ଅର୍ଥ ଆଦାୟ କରାଯାଉଥିଲା ସେଥିରେ ୭୫ ପ୍ରତିଶତ ହ୍ରାସ କରାଯାଇଥିଲା।  ଏବେ ଏହା ଏପ୍ରିଲ ୧ରୁ ପୁଣି ଥରେ ଲାଗୁ ହୋଇଯିବ। କିନ୍ତୁ ସଞ୍ଚୟ ଖାତା(ସେଭିଙ୍ଗ ଆକାଉଣ୍ଟ) ଉପରେ ଏହା ଲାଗୁ ହେବ ନାହିଁ। ଏହା ପରେ କୌଣସି ଗ୍ରାହକଙ୍କୁ ୧୫ ଟଙ୍କାରୁ ଅଧିକ ଜୋରିମାନା ଦେବାକୁ ପଡିବ ନାହିଁ। ବର୍ତ୍ତମାନ ସମୟରେ ଗ୍ରାହକଙ୍କୁ ସର୍ବାଧିକ ୫୦ ଟଙ୍କାର ଜୋରିମାନା ଦେବାକୁ ପଡୁଥିଲା।  ମେଟ୍ରୋ ଓ ସହରାଞ୍ଚଳରେ ବ୍ୟାଙ୍କ ଆକଉଣ୍ଟରେ ସର୍ବନିମ୍ନ ଟଙ୍କା ନରଖିଲେ ଲାଗୁ ଥିବା ୫୦ ଟଙ୍କା ଚାର୍ଜକୁ ହ୍ରାସ କରାଯାଇ ୧୫ ଟଙ୍କା କରାଯାଇଛି। ଛୋଟ ସହରରେ ଏହି ଚାର୍ଜକୁ ହ୍ରାସ କରାଯାଇ ୧୨ ଟଙ୍କା କରାଯାଇଛି। ଏହି ପରି ଗ୍ରାମାଞ୍ଚଳ ଇଲାକାରେ ବ୍ୟାଙ୍କ ଅକାଉଣ୍ଟରେ ସର୍ବନିମ୍ନ ଟଙ୍କା ନରଖିଲେ ଦେବାକୁ ପଡୁଥିବା ୪୦ ଟଙ୍କା ଚାର୍ଜକୁ ହ୍ରାସ କରାଯାଇ ୧୦ ଟଙ୍କା କରାଯାଇଛି। ଏହି ଚାର୍ଜ ଉପରେ ଅଲଗା ଜିଏସଟି ଲାଗିବ।

ବ୍ୟାଙ୍କର ରିଟେଲ ଓ ଡିଜିଟାଲ ବ୍ୟାଙ୍କିଙ୍ଗର ପରିଚାଳକ ନିର୍ଦ୍ଦେଶକ କହିଛନ୍ତି ଯେ ଆମର ଗ୍ରାହକଙ୍କ ଭାବନା ଓ ତାଙ୍କର ପ୍ରତିକ୍ରିୟା ନେବା ପରେ ଆମେ ଏହି ପଦକ୍ଷେପ ଉଠାଇଛୁ। ତାଙ୍କ ମୁତାବକ ବ୍ୟାଙ୍କ ପ୍ରଥମେ ନିଜର ଗ୍ରାହକଙ୍କ ହିତକୁ ଧ୍ୟାନରେ ରଖିଥାଏ।  ବ୍ୟାଙ୍କର ଏହି ପଦକ୍ଷେପ ଦ୍ଵାରା ୨୫ କୋଟି ଖାତା ଧାରକଙ୍କୁ  ଏହାର ଫାଇଦା ମିଳିବ। ସମସ୍ତ ଏସବିଆଇରେ ଏବେ ପ୍ରାୟ ୪୧ କୋଟି ସେଭିଙ୍ଗ ଆକାଉଣ୍ଟ ରହିଛି।  ଏଥିରୁ ୧୬ କୋଟି ଖାତା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଆଧାରରେ ଖୋଲାଯାଇଛି। ବ୍ୟାଙ୍କ ଗ୍ରାହକଙ୍କୁ ମାଗଣାରେ ନିୟମିତ ସଞ୍ଚୟ ଖାତାକୁ ସାଧାରଣ ସଞ୍ଚୟ ଖାତାରେ ପରିବର୍ତ୍ତନ କରିବାର ସୁବିଧା ମଧ୍ୟ ଦେଇଛନ୍ତି।  ଏସବିଆଇ ବିଗତ ଦିନରେ ଡିପୋଜିଟ୍ ରେଟ୍ ଓ ଲେଣ୍ଡିଙ୍ଗ ରେଟରେ ବୃଦ୍ଧି କରିଥିଲା। ନିକଟରେ ବ୍ୟାଙ୍କ ଋଣ ଉପରେ ୦.୨୫ ପ୍ରତିଶତ ସୁଧ ଅଧିକ ବୃଦ୍ଧି କରିଥିଲା। ଏସବିଆଇ ୩ ବର୍ଷର ଏମସିଏଲଆର ଦରକୁ ୮.୧୦ ପ୍ରତିଶତରୁ ୮.୩୬ ପ୍ରତିଶତକୁ ବୃଦ୍ଧି କରିଥିଲା। ଏହି ପରି ଦୁଇ ବର୍ଷର ଏମସିଏଲଆର ଦରକୁ ୮.୦୫ ପ୍ରତିଶତରୁ ୮.୨୫ ପ୍ରତିଶତକୁ ବୃଦ୍ଧି କରିଥିଲା। ସେହିପରି ଏକ ବର୍ଷର ଏମସିଏଲଆର ଦରକୁ ୭.୯୫ ପ୍ରତିଶତରୁ ୮.୧୫ ପ୍ରତିଶତକୁ ବୃଦ୍ଧି କରିଥିଲା।