ଆଗାମୀ ଦିନରେ ରାଜନୀତିରେ ବହୁତ କିଛି ହେବାକୁ ଯାଉଛି : ସମ୍ବିତ

0
976
sambit routray
sambit routray

ଭୁବନେଶ୍ୱର : ଆଗାମୀ ଦିନରେ ରାଜନୀତିରେ ବହୁତ କିଛି ହେବାକୁ ଯାଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି ପୂର୍ବତନ କୃଷି ମନ୍ତ୍ରୀ ଡା.ଦାମୋଦର ରାଉତଙ୍କ ପୁଅ ସମ୍ବିତ ରାଉତରାୟ। ରାଜନୈତିକ ଭବିଷ୍ୟତ ନେଇ ଗଣମାଧ୍ୟମ ପ୍ରଶ୍ନରେ ଆଜି ଏଭଳି ମନ୍ତବ୍ୟ ରଖିଛନ୍ତି ସମ୍ବିତ ।
ସମ୍ବିତ କହିଛନ୍ତି, ୨୦୦୯ ମସିହାରେ ଟିକେଟ୍ ପାଇଥିଲି। ସେତେବେଳେ ବାପା ରାଜନୀତିରେ ପଶିବାକୁ ମନା କରିଥିଲେ। ୨୦୧୪ ମସିହା ସାଧାରଣ ନିର୍ବାଚନ ସମୟରେ ମଧ୍ୟ ପୁନର୍ବାର ଏହି ସୁଯୋଗ ଆସିଥିଲା କିନ୍ତୁ ଏହାକୁ ହାତଛଡା କରି ବାପାଙ୍କ ଇଚ୍ଛାକୁ ପ୍ରାଧାନ୍ୟ ଦେଲି। ସେ କାହାକୁ କାଉଣ୍ଟର କରି ନଥିଲେ ମଧ୍ୟ ଆଗାମୀ ଦିନରେ ରାଜନୀତିରେ ବହୁତ କିଛି ହେବାକୁ ଯାଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି। ଏଥିସହ ବାପାଙ୍କ ସହ ସମ୍ପର୍କ ନେଇ ସେ କହିଛନ୍ତି “ମୁଁ ବାପାଙ୍କ ଏକମାତ୍ର ପୁଅ, ସେ ମୋର ସବୁଠୁ ବଡ଼ ପରିଚୟ । ଏ ଜନ୍ମରେ ତାଙ୍କୁ ଛାଡି କୁଆଡେ ଯିବି”। ଏତଦବ୍ୟତିତ ବାପା ଡା. ଦାଉତଙ୍କୁ ଶାସକ ଦଳର ଜିଲ୍ଲା ସମୀକ୍ଷା ବୈଠକ ଓ ମହାନଦୀ ମିଟିଂକୁ ଡକାନଯିବା ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ସମ୍ବିତ । ଜିଲ୍ଲା ସମୀକ୍ଷା ବୈଠକ ପ୍ରସଙ୍ଗରେ ବାପା ଦାମଙ୍କ ବଦଳରେ ତାଙ୍କୁ ଡକାଯିବା କଥାକୁ ସେ ଅସ୍ୱୀକାର କରିବା ସହ ବାପାଙ୍କ ଜାଗାରେ ମୁଁ ଯାଇଛି କହିବା ଠିକ୍ ନୁହେଁ ବୋଲି କହିଛନ୍ତି ସମ୍ବିତ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ମୋତେ ଦଳର ସମ୍ପାଦକ ଦାୟିତ୍ୱ ଦେଇଛନ୍ତି। ମୋତେ ହ୍ୱାଟ୍ସଗ୍ରୁପ ମିଟିଂ ପାଇଁ ମୋତେ ଦଳରୁ ଡକରା ହୋଇଥିଲା ବୋଲି ସେ କହିଛନ୍ତି। ଅପରପକ୍ଷରେ “ତାଙ୍କୁ କାହିଁକି ଡକା ଗଲା ନାହିଁ ତାହା ଦଳର ଆଭ୍ୟନ୍ତରୀଣ ମାମଲା । ସେ ସବୁ ଉପର ଲେବୁଲ କଥା ଏବଂ ଏ ବିଷୟ ନେଇ ମୁଁ କିଛି କହିପାରିବି ନାହିଁ” ବୋଲି ଗଣମାଧ୍ୟମ ଆଗରେ ସମ୍ବିତ୍ ସିଧାସିଧା କହିଛନ୍ତି। ଏତଦବ୍ୟତିତ ମହାନଦୀ ପ୍ରସଙ୍ଗ ନେଇ ଦଳୀୟ ବୈଠକକୁ ବାପାଙ୍କୁ ଡକାନଯିବା ନେଇ ସମ୍ବିତ କହିଛନ୍ତି ଯେ ଏହା ବାପାଙ୍କୁ ଆଘାତ ଦେଇଥିବ। ଦଳ ତାଙ୍କ ଉପଯୋଗ ନକରିବା ଦୁର୍ଭାଗ୍ୟ ଜନକ ବୋଲି ସେ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ସୋମବାର ଜଗତସିଂପୁର ଜିଲ୍ଲାରେ ବିଜେଡି ଦଳ ପକ୍ଷରୁ ଆୟୋଜିତ ଏକ ବୈଠକକୁ ସ୍ଥାନୀୟ ବିଧାୟକ ତଥା ଦାମ ରାଉତଙ୍କୁ ନ ଡାକି ତାଙ୍କ ପୁତ୍ର ସମ୍ବିତଙ୍କୁ ଡକାଯାଇଥିଲା। ଯାହାକୁ ନେଇ ସ୍ୱାଭିମାନୀ ଦାମଙ୍କୁ ବ୍ୟଥିତ କରିଥିଲା।