ଭୁବନେଶ୍ୱର : ନନ୍ଦନକାନନ ଚିଡ଼ିଖାନାର ଟିକେଟ୍ ଦାମ୍ ଆଜିଠାରୁ ବୃଦ୍ଧି ପାଇଛି। ବୟସ୍କଙ୍କ ଟିକେଟ୍ ୪୦ଟଙ୍କାରୁ ବୃଦ୍ଧି କରି ୫୦ ଟଙ୍କା କରାଯାଇଛି।
ଆଜିଠାରୁ ନନ୍ଦନକାନନ ବୁଲିବା ମହଙ୍ଗା ହେଲା। ଚିଡ଼ିଖାନାର ଟିକେଟ୍ ଦାମ୍ ଆଜିଠାରୁ ବୃଦ୍ଧି ପାଇଛି। ବୟସ୍କଙ୍କ ଟିକେଟ୍ ୪୦ଟଙ୍କାରୁ ବୃଦ୍ଧି କରି ୫୦ ଟଙ୍କା କରାଯାଇଛି। ଏହି ଟଙ୍କା ବୃଦ୍ଧି ସହିତ ଦର୍ଶକଙ୍କ ପାଇଁ ଅନେକ କିଛି ସୁବିଧା କରାଯାଇଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏବେ ଦର୍ଶକମାନେ ମାଗଣାରେ ଡିଜିଟାଲ କ୍ୟାମେରା ଭିତରକୁ ନେଇପାରିବେ। ତା’ ସହିତ ପାଇଖାନା ବ୍ୟବହାର ଲାଗି କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ଏହାସହିତ ମାଗଣାରେ PURIFIED ପିଇବା ପାଣି ମିଳିବ।