ଆଜିଠୁ ତ୍ରିକୋଣୀୟ ଟି-୨୦ ସିରିଜ୍

0
886
nidahas t-20
nidahas t-20

କଲମ୍ବୋ: ଅନ୍ତରାଷ୍ଟ୍ରୀୟ କ୍ରିକେଟର ସବୁଠୁ ଛୋଟ ଫର୍ମାଟ ଟି-୨୦ରେ ଶ୍ରୀଲଙ୍କା ବିପକ୍ଷରେ ଟିମ୍ ଇଣ୍ଡିଆର ପଲ୍ଲା ଭାରି ରହିଛି। ଆସନ୍ତାକାଲିଠୁ ଆରମ୍ଭ ହେଉଛି ନିଦହାସ ଟ୍ରଫି ଟି-୨୦ india practiceତ୍ରିକୋଣୀୟ ସିରିଜ। ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଶ୍ରୀଲଙ୍କା। ଏହି ମ୍ୟାଚ୍ କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା ୭ଟାରେ ଖେଳାଯିବ। ପ୍ରଥମ ମ୍ୟାଚକୁ ଜିତିବାକୁ ହେଲେ ଘରୋଇ ଦଳକୁ ଚତ୍ମକାର ପ୍ରଦର୍ଶନ କରିବାକୁ ପଡ଼ିବ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏପର୍ୟ୍ୟନ୍ତ ୧୪ଟି ଅନ୍ତରାଷ୍ଟ୍ରୀୟ ଟି-୨୦ ମ୍ୟାଚ୍ ଖେଳାଯାଇଛି। ଯେଉଁଥିରୁ ଭାରତ ୧୦ଟିରେ ବିଜୟୀ ହୋଇଥିବା ବେଳେ ଶ୍ରୀଲଙ୍କା ମାତ୍ର ୪ଟି ମ୍ୟାଚରେ ବିଜୟୀ ହୋଇଛି। ଦିନେଶ ଚାନ୍ଦିମାଲଙ୍କ ଟିମକୁ ଯଦି ରେକର୍ଡ ସୁଧାରିବାକୁ ଅଛି ତେବେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ବିପକ୍ଷରେ ଧମାକାଦାର ପ୍ରଦର୍ଶନ କରିବାକୁ ପଡ଼ିବ।

 

ନିଜ ଘରେ ଶ୍ରୀଲଙ୍କାର ଦୟନୀୟ ପ୍ରଦର୍ଶନ

rohit press meetଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏ ପର୍ୟ୍ୟନ୍ତ ଶ୍ରୀଲଙ୍କା ମାଟିରେ ୩ଟି ଟି-୨୦ ମ୍ୟାଚ୍ ଖେଳାଯାଇଛି ଏବଂ ଘରୋଇ ଦଳ ସବୁ ମ୍ୟାଚରେ ପରାଜିତ ହୋଇଛି। ଭାରତ ୨୦୦୯ ଫେବୃଆରୀ ୧୦ରେ କଲୋମ୍ବୋରେ ୩ ଓ୍ଵିକେଟରେ ବିଜୟୀ ହୋଇଥିଲା। ଏହା ପରେ ୨୦୧୨ ଅଗଷ୍ଟ ୭ରେ ଭାରତ ଶ୍ରୀଲଙ୍କାକୁ ୩୯ ରନରେ ପରାସ୍ତ କରିଥିଲା। ଏହି ଦୁଇ ଦଳ ମଧ୍ୟରେ ଭାରତରେ ୮ଟି ମ୍ୟାଚ୍ ଖେଳାଯାଇଛି। ଏଥିରୁ ଭାରତ ୬ଟିରେ ଏବଂ ଶ୍ରୀଲଙ୍କା ୨ଟି ମ୍ୟାଚରେ ବିଜୟୀ ହୋଇଛି।
ସର୍ବୋଚ୍ଚ ସ୍କୋର- ଭାରତ(୨୬୦/୫)- ଭାରତ ଶ୍ରୀଲଙ୍କା ବିପକ୍ଷରେ ଇନ୍ଦୋରରେ ୨୦୧୭ ଡିସେମ୍ବରରେ ୫ ଓ୍ଵିକେଟ୍ ହରାଇ ୨୬୦ ରନ କରିଥିଲା। ଶ୍ରୀଲଙ୍କା ବିପକ୍ଷରେ ଭାରତର ଏହା ସର୍ବୋଚ୍ଚ ସ୍କୋର। ଶ୍ରୀଲଙ୍କା ଭାରତ ବିପକ୍ଷରେ ସର୍ବୋଚ୍ଚ ସ୍କୋର ୨୧୫/୫ ରହିଛି। ଯାହା ୨୦୦୯ ଡିସେମ୍ବର ୯ରେ ନାଗପୁରରେ କରିଥିଲା।
ସର୍ବନିମ୍ନ ସ୍କୋର- ଶ୍ରୀଲଙ୍କା(୮୨)- ଶ୍ରୀଲଙ୍କା ୨୦୧୬ ଫେବୃଆରୀ ୧୪ରେ ବିଶାଖାପାଟଣାରେ ଭାରତ ବିରୋଧରେ ମାତ୍ର ୮୨ ରନ କରିଥିଲା। ଏହି ପରି ଶ୍ରୀଲଙ୍କା ବିପକ୍ଷରେ ଭାରତର ସର୍ବନିମ୍ନ ସ୍କୋର ୧୦୧ ରହିଛି। ୨୦୧୬ ଫେବୃଆରୀ ୯ରେ ଭାରତ କରିଥିଲା।

ସୋନି-ଷ୍ଟାର୍‌ରେ ଦେଖିବାକୁ ମିଳିବନି ନିଦହାସ ଟ୍ରଫି

India-nidahas-trophy-2018-644x362ଶ୍ରୀଲଙ୍କାରେ ଅନୁଷ୍ଠିତ ଏହି ନିଦହାସ ଟ୍ରଫିକୁ ଦର୍ଶକ ମାନେ କେଉଁ ଚ୍ୟାନେଲ ମାଧ୍ୟମରେ ଟିଭିରେ ଦେଖି ପାରିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛନ୍ତି। କାରଣ କ୍ରିକେଟ୍‌ ପ୍ରେମୀ ଦର୍ଶକ ଜାଣିଥିବ ଯେ ଏହି ପ୍ରତିଯୋଗିତା ସୋନି କିମ୍ବା ଷ୍ଟାର୍‌ରେ ଦେଖିବାକୁ ମିଳିବ।  କିନ୍ତୁ ପ୍ରକୃତ କଥା ହେଲା ଏହା ଯେ, ଏହି ପ୍ରତିଯୋଗିତା ସୋନି କିମ୍ବା ଷ୍ଟାର୍‌ରେ ଦେଖିବାକୁ ମିଳିବନି। ଏହି ପ୍ରତିଯୋଗିତାର ସିଧାପ୍ରସାରଣ ଡି-ସ୍ପୋର୍ଟ୍‌ ଓ ରିସ୍ତେ ସିନେପ୍ଲେକ୍ସ୍‌ ଚ୍ୟାନେଲ୍‌ରେ ଦେଖିବାକୁ ମିଳିବ। ଏହାସହ ଜିଓ ଟିଭିରେ ମଧ୍ୟ ମ୍ୟାଚ୍‌ର ମଜା କ୍ରୀଡ଼ା ପ୍ରେମୀ ଦର୍ଶକ ଉଠାଇପାରିବେ। ଏହି ମ୍ୟାଚ୍‌ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ।