ଆଜି ଓଜେଇଇ ରେଜେଲ୍ଟ

0
904
ojee
ojee
ଭୁବନେଶ୍ୱର :  ଆଜି ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ ।   କୃତୀ ଛାତ୍ରଛାତ୍ରୀମାନେ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ବିଫାର୍ମ, ଏମ୍‌ ଫାର୍ମ, ଏମଟେକ, ଏମ ଫାର୍ମ, ଏମସିଏ, ଏସିବିଏ ଏବଂ ଲାଟେରାଲ ଏଂଟ୍ରିରେ ବିଟେକ, ବି ଫାର୍ମ, ଏମସିଏ ଇତ୍ୟାଦି ପାଠ୍ୟକ୍ରମରେ ନାମ ଲେଖାଇବାର ସୁଯୋଗ ପାଇପାରିବେ ।
 ଅପରାହ୍ନରେ ପ୍ରକାଶ ପାଇବ ଓଜେଇଇ ପରୀକ୍ଷା ଫଳ । ଅପରାହ୍ନ ୫ ଟାରେ ଫଳ ପ୍ରକାଶ ପାଇବା ନେଇ ସୂଚନା ଦିଆଯାଇଛି । ଗତ ୧୩ ତାରିଖରେ ଅନୁଷ୍ଠିତ ହୋଇଥିବା ଏହି ପ୍ରବେଶିକା ପରୀକ୍ଷାରେ ୪୮ ହଜାର ୩୧୭ ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ ।  ରାଜ୍ୟର ୨୦ ଟି ସହରରେ ୮୧ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।