ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହେବ । ବୈଠକରେ ୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ବୈଠକରେ ରାଜ୍ୟ ସମବାୟ ଆଇନ-୧୯୬୨ରେ କିଛି ପରିବର୍ତନ ଆସିବାର ସମ୍ଭାବନା ରହିଛି ଓ ବିଧାୟକଙ୍କ ଭତ୍ତାକୁ ନେଇ ମଧ୍ୟ ଆଲୋଚନା ହେବାର ସୂଚନା ମିଳିଛି । ବିଧାନସଭାର ବଜେଟ ଅଧିବେଶନ ଚାଲୁଥିବାବେଳେ କ୍ୟାବିନେଟ୍ ବୈଠକ ବସୁଥିବାରୁ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବାର ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସଂଧ୍ୟା ୫.୪୫ରେ ସଚିବାଳୟରେ ବୈଠକ ଅନୁଷ୍ଠିତ ହେବ ।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...