ଆଜି ଦଳିତଙ୍କ ଭାରତ ବନ୍ଦ

0
998
bandh by sc st
bandh by sc st

ନୂଆଦିଲ୍ଲୀ :  ଅନୁସୂଚିତ ଜାତି ଓ ଜନଜାତି ଆଇନକୁ ନେଇ ପ୍ରକାଶିତ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି  ସୋମବାର ଦଳିତ ସମ୍ପ୍ରଦାୟ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନକୁ ଦୃଷ୍ଟିରେ ରଖି କିଛି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି ।

ଏସସି/ଏସଟି ଧାରା ନେଇ ସୋମବାର ଦଳିତ ସମ୍ପ୍ରଦାୟ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନକୁ ଦୃଷ୍ଟିରେ ରଖି କିଛି ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରି ଦିଆଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଆଇନକୁ ନେଇ ପ୍ରକାଶିତ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଏହି ବନ୍ଦ ପାଳନ କରାଯାଉଛି । ଅନ୍ୟପକ୍ଷରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ଏସସି/ଏସଟି ଧାରାକୁ ନେଇ ସୁପ୍ରିମକୋଟର ରାୟ ବିରୋଧରେ କେନ୍ଦ୍ର ସରକାର ସୋମବାର ପୁନଃବିଚାର ପାଇଁ ଆବେଦନ କରିବ । ପଞ୍ଜାବରେ ଭାରତ ବନ୍ଦକୁ ଦୃଷ୍ଟିରେ ରଖି ରବିବାର ସନ୍ଧ୍ୟା ୫ଟାରୁ ସୋମବାର ରାତି ୧୧ଟା ପର୍ଯ୍ୟନ୍ତ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଛି । ସ୍କୁଲ କଲେଜକୁ ମଧ୍ୟ ବନ୍ଦ କରି ଦିଆଯାଇଛି । ରାଜ୍ୟ ସରକାର ସୋମବାର ସରକାରୀ ପରିବହନ ସେବାକୁ ମଧ୍ୟ ବାତିଲ କରି ଦେଇଛନ୍ତି। ବନ୍ଦ ନେଇ ପଞ୍ଜାବ ସରକାର ରାଜ୍ୟରେ ଥିବା ସମସ୍ତ ସେନା ପରିସରରେ ଆଲର୍ଟ ଜାରି କରିଛନ୍ତି । ଏଥି ସହିତ ସୋମବାର ହେବାକୁ ଥିବା ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷାକୁ ବାତିଲ କରି ଦିଆଯାଇଛି ।

ପଞ୍ଜାବର ମୁଖ୍ୟ ଶାସନ ସଚିବ କରନ ଏ ସିଂହ କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ସଚିବଙ୍କୁ ପତ୍ର ଲେଖି ଜରୁରୀକାଳୀନ ପରିସ୍ଥିତି ପାଇଁ ସେନା ଯୋଗାଇ ଦିଆଯାଉ । ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ପ୍ରଦର୍ଶନ ବେଳେ ଦଳିତ ସଂଗଠନ ଶାନ୍ତି ବ୍ୟବସ୍ଥାକୁ ଦୃଷ୍ଟି ଦିଅନ୍ତୁ ବୋଲି ଅପିଲ କରିଛନ୍ତି ।