ଆଜି ପୁଣି ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ସୁନା ବିସ୍କୁଟ ଜବତ

0
947
gold
gold
ଭୁବନେଶ୍ୱର :  ଆଜି ପୁଣି ଥରେ ବିମାନ ବନ୍ଦରରୁ କଷ୍ଟମ୍‌ ବିଭାଗ ୪୦୦ ଗ୍ରାମ ଓଜର ସୁନା ବିସ୍କୁଟ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏଥିରେ ସଂପୃକ୍ତି ଥିବା ଦୁଇ ଜଣ ଯାତ୍ରୀଙ୍କୁ ମଧ୍ୟ ଅଟକ ରଖାଯାଇଛି ।
ସୁନା ଚୋରାଚାଲାଣ କରିବାକୁ ବେପାରୀଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟିଛି ରାଜଧାନୀ ଭୁବନେଶ୍ୱର । ଲଗାତର କିଛି ଦିନ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଜବତ ହେଉଛି ସୁନା । ସେସବୁ ସୁନା କ୍ୱାଲାଲାମ୍‌ପୁର ଓ ବ୍ୟାଙ୍କଙ୍ଗ୍‌ରୁ ଭୁବନେଶ୍ୱର ଆସୁଥିବା ଜଣା ଯାଇଛି । ଆଜି ପୁଣି ଥରେ ବିମାନ ବନ୍ଦରରୁ କଷ୍ଟମ୍‌ ବିଭାଗ ୪୦୦ ଗ୍ରାମ ଓଜର ସୁନା ବିସ୍କୁଟ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏଥିରେ ସଂପୃକ୍ତି ଥିବା ଦୁଇ ଜଣ ଯାତ୍ରୀଙ୍କୁ ମଧ୍ୟ ଅଟକ ରଖାଯାଇଛି ।

ଆଜି ପୁଣି ବ୍ୟାଙ୍କକରୁ ଭୁବନେଶ୍ୱର ଆସିଥିବା ଏୟାର ଏସିଆ ବିମାନର ୨ ଜଣ ଯାତ୍ରୀଙ୍କ ଠାରୁ କଷ୍ଟମ ବିଭାଗ ସୁନା ଜବତ କରିଛି । ଜବତ ହୋଇଥିବା ସୁନାକୁ ଲୁଚାଇବାକୁ ତାହା ଉପରେ ରୂପାର ପ୍ରଲେପ ଦିଆଯାଇଥିବା ଜଣାପଡ଼ିଛି । ପ୍ରାୟ ୪୦୦ ଗ୍ରାମ ଓଜନର ସୁନାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହୋଇଥିବା ଜଣାପଡିଛି । ସୁନା ନେଇ ଆସିଥିବା ଦୁଇ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।  ଗତ ୨୯ ତାରିଖ ଦିନ କ୍ୱାଲାଲୁମପୁରରୁ ଭୁବନେଶ୍ୱରକୁ ଆସିଥିବା ଦୁଇ ଜଣ ଯାତ୍ରୀଙ୍କଠାରୁ କଷ୍ଟମ ବିଭାଗ ୧ କିଲୋ ୨୦୦ ଗ୍ରାମ ଓଜନର ସୁନା ବିସ୍କୁଟ ଜବତ କରିଥିଲା । ଯାହାର ମୂଲ୍ୟ ପ୍ରାୟ ୩୫ ଲକ୍ଷ ଟଙ୍କା ଥିଲା । ସେହିପରି ଗତ ୨୮ ତାରିଖ ଦିନ  କ୍ୱାଲାଲାମପୁରରୁ ଆସିଥିବା ଏକ ବିମାନରୁ ୨ ଜଣ ଯାତ୍ରୀଙ୍କ ଠାରୁ ୧୨ ଲକ୍ଷ ଟଙ୍କାର ସୁନା ଜବତ କରାଯାଇଥିଲା। ଜବତ ୩୭୮ ଗ୍ରାମ ସୁନା ମଧ୍ୟରେ ୩ଟି ଗୋଲ୍ଡ ବାର ଓ ୧୪୩ଟି ଗୋଲ୍ଡ ରିଙ୍ଗ୍ ରହିଥିଲା । ଗତ ୧୧ ତାରିଖରେ ମଧ୍ୟ ୨୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ମୁଦ୍ରା ଜବତ କରଯାଇଥିଲା ।  ଗୋଟିଏ ମାସ ମଧ୍ୟରେ ୪ ଥର ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ କରାଯାଇଛି । କିଛି ଦିନ ହେବ ବାରମ୍ବାର ବିମାନବନ୍ଦରରୁ ସୁନା ଜବତ ହେଉଛି । ତେଣୁ ଏହା ପଛରେ ଏକ ବଡ଼ ରାକେଟ୍‌ କାମ କରୁଥିବା ସନ୍ଦେହ କରାଯାଉଛି ।