ଆଜି ବି ଉତ୍ତର ଭାରତରେ ତୋଫାନ

0
715
storm
storm
ନୂଆଦିଲ୍ଲୀ : ଆଜି ବି ଉତ୍ତର ଭାରତରେ  ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୭୦ କିଲୋମିଟର ରହିବ । ଦିଲ୍ଲୀ ଏନ୍‌ସିଆର୍‌, ହରିୟାଣା, ରାଜସ୍ଥାନ, ଚଣ୍ଡୀଗଡ଼, ହିମାଚଳ ପ୍ରଦେଶ ଏବଂ ଜମ୍ମୁ କାଶ୍ମୀରରେ ଝଡ଼ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅନୁମାନ କରିଛି ।
ଉତ୍ତର ଭାରତରେ ସଙ୍କଟ ଏବେବି ଟଳି ନାହିଁ । ଧୂଳି ଝଡ଼ର ତାଣ୍ଡବ ଆହୁରି ବାକି ରହିଛି । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଉତ୍ତର ଭାଗର କେତେକ ରାଜ୍ୟରେ ଆଜି ମଧ୍ୟ ଝଡ଼ ତୋଫାନ ହେବାର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ରୁ ୭୦ କିଲୋମିଟର ରହିବ । ଦିଲ୍ଲୀ ଏନ୍‌ସିଆର୍‌, ହରିୟାଣା, ରାଜସ୍ଥାନ, ଚଣ୍ଡୀଗଡ଼, ହିମାଚଳ ପ୍ରଦେଶ ଏବଂ ଜମ୍ମୁ କାଶ୍ମୀରରେ ଝଡ଼ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅନୁମାନ କରିଛି । ସେହିପରି ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିୟାଣା, ଚଣ୍ଡୀଗଡ଼, ପଶ୍ଚିମ ଉତ୍ତର ପ୍ରଦେଶ, ପଶ୍ଚିମ ବଙ୍ଗ ଓ ସକ୍କିମରେ ୫୦ରୁ ୭୦ କିଲୋମିଟରେ ବେଗରେ ପବନ ବହିବାର ଆଶଙ୍କା ରହିଛି । ଏତଦବ୍ୟତୀତ ଜମ୍ମୁ କାଶ୍ମୀର, ପଂଜାବ, ଆସାମ, ମେଘାଳୟ, ମଣିପୁର, ମିଜୋରାମ, ତ୍ରିପୁରା, ବିହାର, ମଧ୍ୟ ପ୍ରଦେଶ, ତାମିଲନାଡ଼ୁ, କେରଳ ଓ ଉତ୍ତର ପ୍ରଦେଶରେ ଧୂଳି ଝଡ଼ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାମିଲନାଡ଼ୁ,କେରଳ ଏବଂ ଦକ୍ଷିଣ କର୍ଣ୍ଣାଟକରେ ବର୍ଷା ହୋଇପାରେ ।

ତେବେ ଗତକାଲି ଦିଲ୍ଲୀ, ଉତ୍ତର ପ୍ରଦେଶ, ରାଜସ୍ଥାନ ଏବଂ ହରିୟାଣାରେ କେତେକ ଅଂଚଳରେ ଧୂଳି ଝଡ଼ ହୋଇଛି । ଏହା ପରେ ସେଠାରେ ବିଦ୍ୟୁତ ସରବରାହକୁ ବନ୍ଦ କରି ଦିଆଯାଇଛି । ଅନ୍ୟପକ୍ଷରେ ଦିଲ୍ଲୀ ମେଟ୍ରୋ ରେଲ୍‌ କର୍ପୋରେସନ୍‌ (ଡିଏମ୍‌ଆର୍‌ସି) ମଧ୍ୟ ସତର୍କ ହୋଇଯାଇଛି । ଆଜି ମେଟ୍ରୋ ଟ୍ରେନ୍‌ର ବେଗ ୭୦-୯୦ କିଲୋମିଟରକୁ ହ୍ରାସ କରାଯାଇ ୪୦ କି.ମି ରଖାଯାଇଛି । ଝଡ଼ ତୋଫାନ ଆଶଙ୍କାରେ ଦିଲ୍ଲୀ, ହରିୟାଣା, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର କେତେ ସ୍ଥାନରେ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି ।