ଭୁବନେଶ୍ୱର : ହାଫିଜର ରାଜନୈତିକ ଦଳ ମିଲ୍ଲି-ମୁସଲିମ-ଲିଗ୍କୁ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି ଆମେରିକା। ଏହି ସଂଗଠନ ଗୁଡିକ ଉପରେ ଆମେରିକା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭାବନା ରହିଛି।
ମୁମ୍ବାଇ ଆଟାକ୍ର ମାଷ୍ଟର ମାଇଣ୍ଡ୍ ତଥା ମୋଷ୍ଟ ଓ୍ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସଇଦକୁ ଝଟ୍କା। ପାକିସ୍ତାନରେ ସକ୍ରିୟ ଥିବା ହାଫିଜର ରାଜନୈତିକ ଦଳ ମିଲ୍ଲି-ମୁସଲିମ-ଲିଗ୍କୁ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି ଆମେରିକା। ଆମେରିକା ଜାରି କରିଥିବା ଆତଙ୍କବାଦୀ ସଂଗଠନ ତାଲିକାରେ ହାଫିଜର ଏହି ରାଜନୈତିକ ଦଳ ରହିଛି। ଏଥିସହିତ ହାଫିଜ ସହ ଜଡିତ ଥିବା ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୋଇବା ଓ ତେହେରିକେ-ଆଜାଦ-ଏ- କାଶ୍ମୀର ସଂଗଠନକୁ ମଧ୍ୟ ଆମେରିକା ଜାରି କରିଥିବା ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ କରିଛି। ଆଗାମୀ ଦିନରେ ଏହି ସଂଗଠନ ଗୁଡିକ ଉପରେ ଆମେରିକା କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମ୍ଭାବନା ରହିଛି।