ମାଲକାନଗିରି : ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଜଣେ ମହିଳା କ୍ୟାଡର ମାଓବାଦୀ । ତାଙ୍କୁ ଧରାଇଦେବା ପାଇଁ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା ।
ମାଲକାନଗିରି ପୋଲିସକୁ ବଡ ସଫଳତା ମିଳିଛି। ଗୁରୁବାର ମାଲକାନଗିରି ଏସପିଙ୍କ ନିକଟରେ କେ.ଲକ୍ଷ୍ମୀ ଶ୍ୱେତା କୁମାରୀ ନାମ୍ନୀ ଜଣେ ମହିଳା କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲକ୍ଷ୍ମୀଙ୍କୁ ଧରାଇଦେବା ପାଇଁ ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ଲକ୍ଷ୍ମୀ କୋରାପୁଟ ବିଶାଖା ଡିଭିଜନରେ ଗୁମା ଏରିଆ କମିଟି ମେମ୍ବର ଭାବେ କାର୍ଯ୍ୟ କରୁଥିଲେ। ଦାମନ ଯୋଡି ଆକ୍ରମଣ ଭଳି ଅନେକ ବଡ଼ ବଡ଼ ହିଂସାକାଣ୍ଡରେ ଜଡିତ ଥିଲା ଲକ୍ଷ୍ମୀ। ଆତ୍ମସମର୍ପଣକାରୀ ହାର୍ଡକୋର ମାଓବାଦୀ ସୁଧୀରର ସ୍ତ୍ରୀ ଅଟେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ଆଗାମୀ ସମୟରେ ସୁଧୀର ମଧ୍ୟ ଆତ୍ମସମର୍ପଣ କରିପାରେ ବୋଲି ଆଶା କରାଯାଉଛି।