ଆତ୍ମହତ୍ୟା କରିଥିଲା ଉନ୍ମୟ ପାଢୀ

0
858
dcp anup sahoo
dcp anup sahoo
ଭୁବନେଶ୍ୱର  :  ଆତ୍ମହତ୍ୟା କରିଥିଲା ଉନ୍ମୟ ପାଢୀ ।  ଫରେନସିକ ଲାବ୍ ରିପୋର୍ଟ  ହସ୍ତଗତ ହେବା ପରେ  ଭୁବନେଶ୍ୱର ଡିସିପି ଅନୁପ ସାହୁ ଏକ ପ୍ରେସମିଟରେ ଏହି ଘଟଣାର ଖୁଲାସା କରିଛନ୍ତି ।
ବହୁଚର୍ଚ୍ଚିତ ଉନ୍ମୟ ପାଢୀ ମୃତ୍ୟୁ ଘଟଣା ଏ ପର୍ୟ୍ୟନ୍ତ ସନ୍ଦେହ ଘେରରେ ରହିଥିବାବେଲେ ବର୍ତମାନ ଏହାର ଫରେନସିକ ଲାବ୍ ରିପୋର୍ଟ ହସ୍ତଗତ ହୋଇଛି । ରିପୋର୍ଟ ହସ୍ତଗତ ହେବା ନେଇ ଭୁବନେଶ୍ୱର ଡିସିପି ଅନୁପ ସାହୁ ଏକ ପ୍ରେସମିଟରେ ଏହି ଘଟଣାର ଖୁଲାସା କରିଛନ୍ତି । ତେବେ ଉନ୍ମୟ ଆତ୍ମହତ୍ୟା କରିଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି । ରିପୋର୍ଟ୍ ଏବଂ ପାରିପାର୍ଶ୍ବିକ ପରିସ୍ଥିତିକୁ ନେଇ ଏହା ଆତ୍ମହତ୍ୟା ହୋଇଥିବା ଶ୍ରୀ ସାହୁ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ କି, ଗତ ମାର୍ଚ୍ଚ ୨୧ ତାରିଖରେ କୁଆଖାଇ ନଦୀପଠାରୁ ଉନ୍ମୟଙ୍କର ମୃତଦେହ ଅର୍ଦ୍ଧଦଗ୍ଧ ଅବସ୍ଥାରେ ମିଳିବା ପରେ ତାଙ୍କ ମୃତ୍ୟୁ ରହସ୍ୟାବୃତ ହୋଇ ରହିଥିଲା । ତେବେ ଦୁଇବର୍ଷ ପୂବରୁ ଏକ ଭିଡିଓ ଭାଇରାଲକୁ ନେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଉନ୍ମୟ । ଉନ୍ମୟଙ୍କର ମୋବାଇଲ , ଲାପଟପ ଇତ୍ୟାଦି ଯାଂଚ କରିବା ସହ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।