ଆଧାର କାର୍ଡର ବାଧ୍ୟତାକୁ ନେଇ ସୁପ୍ରିମକୋର୍ଟଙ୍କ ଫୈସଲା ଆଜି

0
876
aadhaar
aadhaar

ନୂଆଦିଲ୍ଲୀ : ଆଧାର କାର୍ଡର ବାଧ୍ୟତାକୁ ନେଇ ସୁପ୍ରିମକୋର୍ଟ ଆଜି ଶେଷ ଶୁଣାଣି ହେବ ବୋଲି କହିଛନ୍ତି। ଏଥି ସହ ରାୟ ମଧ୍ୟ ସଂରକ୍ଷିତ ରଖାଯିବ । ୩୮ ଦିନର ଲମ୍ବା ଶୁଣାଣି ପରେ ସମ୍ବିଧାନିକ ପୀଠ ରାୟକୁ ସଂରକ୍ଷିତ ରଖିବା ସହ ପରେ ପ୍ରକାଶ କରିବେ ବୋଲି ଜଣାପଡିଛି ।

ଏହାମଧ୍ୟରେ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି କି, ସୁପ୍ରିମକୋର୍ଟଙ୍କ କହିବାନୁସାରେ ଏହା ବ୍ୟକ୍ତିଗତ ଅଧିକାରର ଅନ୍ତର୍ଭୁକ୍ତ । କିନ୍ତୁ ବ୍ୟକ୍ତିଗତ ତଥ୍ୟ ଆତଙ୍କବାଦୀ ଏବଂ ଦୁର୍ନୀତିଗ୍ରସ୍ତଙ୍କ ପାଇଁ ଢାଲ ହେବା ଉଚିତ୍ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରସାଦ । ଆଧାର କାର୍ଡକୁ ନେଇ ସୁପ୍ରିମକୋର୍ଟରେ ଅନେକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଏହି ସମସ୍ତ ମାମଲା ଉପରେ ଶୁଣାଣି କରୁଛନ୍ତି ମାନ୍ୟବର କୋର୍ଟ୍ । ମୋବାଇଲ୍ ଏବଂ ବ୍ୟାଙ୍କ୍ ଆକାଉଂଟ୍ ସମେତ ପାସପୋର୍ଟରେ ମଧ୍ୟ ଆଧାର ଲିଙ୍କର ଅବଧିକୁ ବୃଦ୍ଧି କରାଯାଇଛି । ନିକଟରେ ସୁପ୍ରିମକୋର୍ଟ କହିଥିଲେ କି, ଯେଉଁ ପର୍ୟ୍ୟନ୍ତ ଏହି ମାମଲାର ଚୁଡାନ୍ତ ଫୈସଲା ନ ଆସିଛି ସେ ପର୍ୟ୍ୟନ୍ତ ଆଧାର ଲିଙ୍କର ଅପସନ୍ ଖୋଲା ରହିବ । ଏହା ସହ ସରକାର ଲୋକଙ୍କୁ ଆଧାର ଲିଙ୍କ ପାଇଁ ବାଧ୍ୟ କରିପାରିବେ ନାହିଁ ବୋଲି କହିଥିଲେ କୋର୍ଟ୍ ।

ସୂଚନାଯୋଗ୍ୟ କି, ବିଭିନ୍ନ ସେବାରେ ଆଧାର ଲିଙ୍କକୁ ନେଇ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୂଆ ଆଦେଶ ଜାରି କରିଥିଲେ । ସିମ୍ କିଣିବା ସମୟରେ କେବଳ ଆଧାର କାର୍ଡ ଗ୍ରହଣୀୟ ନୁହେଁ ବୋଲି କହିଥିଲେ ସୁପ୍ରିମକୋର୍ଟ୍ ।