ଆନ୍ତର୍ଜାତୀୟ ମହିଳା ଦିବସରେ ଭାଇରାଲ ହେଲା ଅନ୍ତରଙ୍ଗ ମୂହୁର୍ତର ଭିଡ଼ିଓ

0
912

ଭୁବନେଶ୍ୱର: ଆନ୍ତର୍ଜାତୀୟ ମହିଳା ଦିବସରେ  ପୁଣି ଭାଇରାଲ ହେଲା 2 ଛାତ୍ରଛାତ୍ରୀଙ୍କ ଅନ୍ତରଙ୍ଗ ମୂହୁର୍ତର ଭିଡ଼ିଓ। ଚାରିଆଡେ ଶୂନଶାନ ଜଙ୍ଗଲ । ଏହାକୁ ନେଇ ମାମଲା ବି ଥାନାରେ ପହଞ୍ଚିଛି । କିନ୍ତୁ ର୍ଦୁଭାଗ୍ୟ ଏଯାବତ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନାହିଁ ପୁଲିସ ।

ଜଙ୍ଗଲ କେହି ଦେଖିବାକୁ ନାହାନ୍ତି । ବାସ ଏହାପରେ ଚାଲିଲା ପ୍ରେମୀ ଯୁଗଳଙ୍କ ମୌଜ । ଯାହାର ଭିଡ଼ିଓ ଭାଇରାଲ ହେବା ପରେ ଏବେ ସବୁଠି ଚର୍ଚ୍ଚା । ସେପଟେ ୩ଟି ଥାକରେ ଭିଡ଼ିଓ ରେର୍କଡିଂ କରାଯାଇଛି । ପ୍ରଥମେ ରୋମାନ୍ସ ଆଉ ତା’ ପରେ ଶାରୀରିକ ମଜା ନେବାର ଭିଡ଼ିଓ ଏବେ ମୋବାଇଲ ଟୁ ମୋବାଇଲ ଘୁରି ବୁଲୁଛି । ବାରମ୍ବାର ଭିଡ଼ିଓ ଭାଇରାଲ ହେବା ଓ ଏଥିରେ ବିଶେଷ କରି ଛାତ୍ରଛାତ୍ରୀଙ୍କ ସମ୍ପୃକ୍ତି ରହିବା ଚିନ୍ତାର ବିଷୟ ହୋଇଛି । ତେବେ ଏହି ଭାଇରାଲ ଭିଡ଼ିଓ ନୟାଗଡ଼ର ଖଣ୍ଡପଡାରେ ହୋଇଥିବା ଜଣାପଡିଛି । ଏକ କଲେଜରେ ପଢ଼ୁଥିବା ଏହି ପ୍ରେମୀଯୁଗଳଙ୍କ ଭିଡିଓ ଭାଇରାଲ କେମିତି ହେଲା ତାହା ଜଣାପଡିନାହିଁ । ପୁଅ ହିଁ ଭିଡ଼ିଓ ଭାଇରାଲ କରିଥିବା ଝିଅଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ବୋଲି କୁହାଯାଉଛି । ଯାହାର ପରିଣାମ ଏବେ ସାଂଘାତିକ ହୋଇଛି । ଭିଡ଼ିଓ ଭାଇରାଲରେ ଛାତ୍ରୀ ଜଣକ ନାବାଳିକା ବୋଲି ଜଣାପଡିଛି । ମିଳିଥିବା ରିପୋର୍ଟ ଅନୁସାରେ, ଉଭୟ କଲେଜ ପରେ ନିକଟସ୍ଥ ଏକ ଜଙ୍ଗଲକୁ ଯାଇଥିଲେ । ସେଠାରେ ଉଭୟ ପରଷ୍ପର ଆକୃଷ୍ଟ ହୋଇଥିଲେ । ଯାହାର ଟିକିନିକ ଭିଡ଼ିଓ ସୁଟିଂ କରିଥିଲା ପୁଅ । ପ୍ରଥମେ ଯଦିଓ ଝିଅ ଏହାକୁ ବାରଣ କରୁଥିଲା କିନ୍ତୁ ଶେଷରେ ଝିଅ ଚୁପ ରହିଥିବା ଭିଡ଼ିଓରୁ ଜଣାପଡୁଛି ।