ଆନ୍ଧ୍ର ବ୍ୟାଙ୍କରୁ ଡକାୟତି : କୋଟିଏ ଟଙ୍କାର ସମ୍ପତି ଲୁଟ

0
985
andhra-bank
andhra-bank
ଅନୁଗୁଳ : ଅନୁଗୁଳସ୍ଥିତ ଆନ୍ଧ୍ର ବ୍ୟାଙ୍କରୁ ଆଜି ବଡ ଧରଣର ଡକାୟତି ହୋଇଥିବା ସୂଚନା ମିଳିଛି ।  ଡକାୟତମାନେ ବ୍ୟାଙ୍କ ଭିତରେ ପଶି ଗ୍ରାହକ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ କୋଟିଏରୁ ଅଧିକ ଟଙ୍କାର କ୍ୟାସ ଏବଂ ସୁନାଗହଣା ସବୁକୁ ଲୁଟ   କରିଥିବା ଜଣାପଡିଛି ।
ପୋଲିସକୁ ଚକମା ଦେଇ ଅନୁଗୁଳ ସହରରେ ହୋଇଛି ବଡ ଧରଣର ଲୁଟ । ସହରର ଏକ ଜନ ଗହଳି ପୂର୍ଣ୍ଣ ଅଂଚଳରେ ହୋଇଛି ସଶସ୍ତ୍ର ଡକାୟତି । ଶଙ୍କର ସିନେମା ରୋଡରେ ଅବସ୍ଥିତ ଆନ୍ଧ୍ର ବ୍ୟାଙ୍କରୁ ଆଜି ବଡ ଧରଣର ଡକାୟତି ହୋଇଥିବା ସୂଚନା ମିଳିଛି । ଡକାୟତମାନେ ବ୍ୟାଙ୍କ ଭିତରେ ପଶି ଗ୍ରାହକ ଓ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ କରିଥିବା ଜଣାପଡିଛି । ଆଜି ସକାଳେ ବ୍ୟାଙ୍କ ଖୋଲିବା ପରେ ଦୁଇ ଜଣ ଯୁବକ ଗ୍ରାହକ ବେଶରେ ବ୍ୟାଙ୍କ ମଧ୍ୟକୁ ପ୍ରବେଶ କରିଥିଲେ । ପରେ ତାଙ୍କର ଆଉ ୪ ଜଣ ସହଯୋଗୀ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ମାଉଜର ଦେଖାଇ ଭୟଭୀତ କରାଇବାରେ ସଫଳ ହୋଇଥିଲେ । କିଛି ଦୃବୃର୍ତ  ଷ୍ଟ୍ରଙ୍ଗ ରୁମ ମଧ୍ୟକୁ ପ୍ରବେଶ କରି କୋଟିଏରୁ ଅଧିକ ଟଙ୍କାର କ୍ୟାସ ଏବଂ ସୁନାଗହଣା ସବୁକୁ ଲୁଟ କରି ଘଟଣା ସ୍ଥଳରୁ ସମ୍ପଟ ମାରିଥିଲେ । ଚମ୍ପଟ ମାରିବା ପୂର୍ବରୁ ଡକାୟତମାନେ ବ୍ୟାଙ୍କରେ ଥିବା ଗ୍ରାହକ ଓ କର୍ମଚାରୀଙ୍କୁ ତାଲା ପକାଇ ପଳାଇ ଥିବାଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ଲୁଟେରାଙ୍କ ଟେର ପାଇବା ନେଇ ପୋଲିସ ଚେଷ୍ଟା କରୁଛି ।