କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଜଣେ ଆତ୍ମଘାତୀ ଆକ୍ରମଣକାରୀ ଶୁକ୍ରବାର ନିଜକୁ ଉଡାଇ ଦେଇଛି। ଏହି ଆକ୍ରମଣରେ ସାତ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସବୁ ଲୋକେ ଧାର୍ମିକ ସ୍ଥଳ ସିଆ ହଜାରା ଅଭିମୁଖେ ଯାଉଥିଲେ। ଏମାନେ ସମସ୍ତେ ଅଳ୍ପସଂଖ୍ୟକ ରାଜନୈତିକ ନେତାଙ୍କ ସ୍ମୁତୀରେ ଏକାଠି ହୋଇଥିଲେ। ଏହି ଆତ୍ମଘାତୀ ଆକ୍ରମଣ ଏହି ଲୋକଙ୍କୁ ହିଁ ଟାର୍ଗେଟ୍ କରି କରାଯାଇଛି। ଏହି ଆକ୍ରମଣରେ ପୋଲିସକର୍ମୀ ସମେତ ସାତ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ପଟେ ଘଟଣାରେ ସାତ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଉପ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଆକ୍ରମଣକାରୀର ଉଦ୍ଦେଶ୍ୟ ଅବଦୁଲ ମାଜାରୀଙ୍କ ଶ୍ରାଦ୍ଧବାର୍ଷିକୀ ସମାରୋହରେ ଏକତ୍ର ହୋଇଥିବା ଲୋକଙ୍କ ଉପରେ ଆକ୍ରମଣ କରିବାର ଥିଲା। ଏହି ଆକ୍ରମଣରେ ଆଇଏସଆଇଏସ ନିଜକୁ ଦାୟୀ କରିଛି। ଏହି ଘଟଣାକୁ କେମିତି ଜଣେ ଆକ୍ରମଣକାରୀ ଘଟାଇବ ତାକୁ ନେଇ ଅନେକ ଆଫଗାନିସ୍ତାନ ସଂସ୍ଥା ସନ୍ଦେହ ପ୍ରକଟ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତ ଦିସେମ୍ବରରେ ଆତ୍ମଘାତୀ ଆକ୍ରମଣରେ ୧୨ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ଆକ୍ରମଣ ସିଆ ହଜାରାର ଏକ କାର୍ୟ୍ୟକ୍ରମ ଉପରେ ମଧ୍ୟ କରାଯାଇଥିଲା। ଆକ୍ରମଣ ପଛରେ ଇସଲାମିକ ଷ୍ଟେଟ ଆଇଏସଆଇଏସର ହାତ ରହିଥିଲା। ସେହି ସମୟରେ ମସଜିଦକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା। ଏଥିରେ ୭୨ ଜଣଙ୍କ ମୃତ୍ୟୁ ଘଟିଥିଲା।
LATEST ARTICLE
People celebrate zero night for new year-2020
Bhubaneswar : In the eve of new yea 2020, people celebrate zero night at different hotels, clubs and other spots. All hotels are prepared...