ଆମେରିକା ବିମାନ ବନ୍ଦରରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ହଟହଟା

0
915
pakistan pm
pakistan pm

ନ୍ୟୁୟର୍କ :  ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ ଖାକାନ ଅବାସୀଙ୍କୁ ଜନ ଏଫ କ୍ୟାନେଡି ବିମାନ ବନ୍ଦରରେ ହଟହଟା ହେବାକୁ ପଡ଼ିଛି ।   ଯାଞ୍ଚ ବେଳେ ପ୍ରଧାନମନ୍ତ୍ରୀ ଆବାସୀଙ୍କୁ ପୋଶାକ ଖୋଲିବାକୁ ପଡିଛି ।

ବର୍ତ୍ତମାନ ପରିପ୍ରେକ୍ଷୀରେ ଆମେରିକା ସହିତ ସମ୍ପର୍କ ଭଲ ନଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହିଦ ଖାକାନ ଅବାସୀଙ୍କୁ ଜନ ଏଫ କ୍ୟାନେଡି ବିମାନ ବନ୍ଦରରେ ହଟହଟା ହେବାକୁ ପଡ଼ିଛି । ବିମାନ ବନ୍ଦର ସୁରକ୍ଷା କର୍ମଚାରୀଙ୍କ ଯାଞ୍ଚ ବେଳେ ପ୍ରଧାନମନ୍ତ୍ରୀ ଆବାସୀଙ୍କୁ ପୋଶାକ ଖୋଲିବାକୁ ପଡିଛି । ଏହି ସମୟରେ ତାଙ୍କୁ ଅପମାନଜନକ ଶବ୍ଦ ଶୁଣିବାକୁ ପଡ଼ିଛି ବୋଲି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ।  ପାକିସ୍ତାନର ଏକ ଟିଭି ଚ୍ୟାନେଲ ହଟହଟା ସମ୍ପର୍କୀତ ଏକ ଭିଡିଓ ଦେଖାଇଛି, ଯେଉଁଥିରେ କି ଜନ ଏଫ କ୍ୟାନେଡି ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ଆବାସୀଙ୍କୁ ସାଧାରଣ ନାଗରିକଙ୍କ ଭଳି ପୋଶାକ ଖୋଲିବାକୁ ପଡ଼ିଛି । ତାଙ୍କୁ କପଡ଼ା ଖୋଲିବା ପାଇଁ କୁହାଯାଇଛି । ଭିସାକୁ ନେଇ ଟ୍ରମ୍ପ ସରକାର କଡ଼ା ସୁରକ୍ଷା ବ୍ୟବସ୍ଥା କରୁଥିବା ବେଳେ ଏଭଳି ମାମଲା ଲୋକଲୋଚନକୁ ଆସିଛି ।

ରିପୋର୍ଟ ଅନୁସାରେ ନିଜର ଭଉଣୀର ଦେହ ଅସୁସ୍ଥତା କାରଣରୁ ଭେଟିବା ପାଇଁ ପ୍ରଧାନମନ୍ତ୍ରୀ ଆବାସୀ ବ୍ୟକ୍ତିଗତ ଭାବରେ ଆମେରିକା ଯାଇଥିଲେ । ଏହି ଗସ୍ତ କାଳରେ ସେ ଆମେରିକା ଉପ-ରାଷ୍ଟ୍ରପତି ମାଇକ ପେନ୍ସଙ୍କୁ ମଧ୍ୟ ଭେଟିଛନ୍ତି । ପାକିସ୍ତାନୀ ଗଣମାଧ୍ୟମ କହିଛି, ବ୍ୟକ୍ତିଗତ ଗସ୍ତ ବେଳେ ଏଭଳି ଚେକିଂ କରିବା ଦେଶ ପାଇଁ ଅସମ୍ମାନର ବିଷୟ । ପ୍ରଧାନମନ୍ତ୍ରୀଙ୍କ ନିକଟରେ କୁଟନୈତିକ ପାସପୋର୍ଟ ଅଛି ଓ ବ୍ୟକ୍ତିଗତ ଗସ୍ତରେ ଏଭଳି ଆଚରଣ କରାଯିବା ଠିକ ନୁହେଁ ।