ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମର ଶୁଭାରାମ୍ଭ କଲେ ମୁଖ୍ୟମନ୍ତ୍ରୀ

0
971
cm in secretariate for ama gan ama bikas yojna
cm in secretariate for ama gan ama bikas yojna

ଭୁବନେଶ୍ବର:  ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମର ଶୁଭାରାମ୍ଭ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ରାଜ୍ୟ ସଚିବାଳୟରୁ ଭିଡିଓ କନଫରେନସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବ୍ଲକରେ ଉପସ୍ଥିତ ଥିବା ପଂଚାୟତ ପ୍ରତିନିଧି ଓ ସାଧାରଣ ଲୋକଙ୍କ ସହ ଆଲୋଚନା କରିଛନ୍ତି । ଗାଁର ବିଭିନ୍ନ ସମସ୍ୟାକୁ ବିଷୟରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ପଞ୍ଚାୟତର ଉନ୍ନତି ପାଇଁ ଭିଡିଓ କନଫରେନ୍ସି ମାଧ୍ୟମରେ ପଞ୍ଚାୟତର ସମସ୍ୟା ଜାଣିବା ସହ ଏହାର ଦୂରୀକରଣ ପାଇଁ ପଞ୍ଚାୟତର ପ୍ରତିନିଧି ମାନେ ଦେଇଥିବା ପ୍ରସ୍ତାବକୁ ମଂଜୁରୀ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
ସୋମବାର ଦିନ ରାଜ୍ୟସ୍ତରୀୟ ପଂଚାୟତରାଜ ଦିବସ ଅବସରରେ ସଚିବାଳୟ ଠାରେ ଆୟୋଜିତ ‘ଆମ ଗାଁ, ଆମ ବିକାଶ’ ଯୋଜନାର ଶୁଭାରମ୍ଭ କରିବା ପରେ ଅପେକ୍ଷାରତ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ମୁଖ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ପଞ୍ଚାୟତ ପ୍ରତିନିଧି ମାନେ ଦେଇଥିବା ପ୍ରସ୍ତାବର ଅଟକଳ ମୂଲ୍ୟ ୨ କୋଟି ଟଙ୍କା। ୪ ଟି ପଂଚାୟତ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ।

cm2
ଏହାସହ ଭିଡିଓ କନଫେରେନ୍ସିଂ ମାଧ୍ୟମରେ ରାଜ୍ୟର ୪ ଟି ଜିଲ୍ଲା (ଯାଜପୁର, ସମ୍ବଲପୁର , ଗଂଜାମ ଓ କୋରାପୁଟ)ର ଜନସାଧାରଣଙ୍କ ସହିତ ଆଲୋଚନା କରିଥିଲେ । ପ୍ରଥମେ ଯାଜପୁର ଓ ସମ୍ବଲପୁରର ୨ ଟି ପଂଚାୟତ ଓ ପରେ ଗଂଜାମ ଓ କୋରାପୁଟ ଜିଲ୍ଲାର ୨ ଟି ପଂଚାୟତ ବାସୀଙ୍କ ସହିତ ଆଲୋଚନା କରିଥିଲେ । ସମ୍ପୃକ୍ତ ପଂଚାୟତରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଝିଥିଲେ । ଏହି ସମସ୍ୟା ଗୁଡିକର ଦୂରୀକରଣ ପାଇଁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେବା ସହ କେତେକ ପ୍ରକଳ୍ପକୁ ମଂଜୁରୀ ଦେଇଥିଲେ ।

cm

ଏଠାରେ ଉଲ୍ଲେଖ ଥାଉକି,  ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୨ତମ ଜନ୍ମ ଦିବସ । ଏହି ଦିନକୁ ପଂଚାୟତିରାଜ ଦିବସ ଭାବେ ସାରା ରାଜ୍ୟରେ ପାଳନ କରାଯାଉଛି । ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅର୍ପଣ କରିବା ସହ ଆମ ଗାଁ ଆମ ବିକାଶ କାର୍ୟ୍ୟକ୍ରମର ଶୁଭାରାମ୍ଭ କରିଛନ୍ତି ।