ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଝାରସୁଗୁଡା ଜିଲ୍ଲାର ଦୁର୍ଲଗା ଗ୍ରାମପଂଚାୟତର ୩୮ ଲକ୍ଷ ଟଙ୍କାରେ ୮ଟି, ଅନୁଗୁଳ ଜିଲ୍ଲାର ବଡକେରା ପଂଚାୟତର ୩୭ ଲକ୍ଷ ଟଙ୍କା ବ୍ୟୟରେ ୮ଟି ଓ ବଲାଙ୍ଗୀର ଜିଲ୍ଲାର ଟିକ୍ରାପଡା ଗ୍ରାମପଂଚାୟତରେ ୪୦ ଲକ୍ଷ ଟଙ୍କାରେ ୭ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି । ଗାଁର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଅଭିନବ ପ୍ରୟାସ ପାଇଁ ସ୍ଥାନୀୟ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଉତ୍କଳ ଦିବସ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ସୂଚନାଯୋଗ୍ୟ ଯେ ଚଳିତ ମାର୍ଚ୍ଚ ୫ ତାରିଖରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରତି ସପ୍ତାହର ବୁଧବାର ଓ ଶୁକ୍ରବାର ଦିନ ବିଭିନ୍ନ ପଂଚାୟତର ଜନସାଧାରଣଙ୍କୁ ଭେଟି ସେମାନଙ୍କ ଗାଁର ବିକାଶ ସମ୍ପର୍କରେ ଆଲୋଚନା କରୁଛନ୍ତି । ଗତକାଲି ଛୁଟିଥିବାରୁ ଆଜି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର, ପଂଚାୟତିରାଜ ବିଭାଗର ପ୍ରମୁଖ ସଚିବ ଓ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ଯୋଗ ଦେଇଥିଲେ ।