ଆମ ଗାଁ ଆମ ବିକାଶ : ୩୯ଟି ପ୍ରକଳ୍ପ ମଞ୍ଜୁର

0
908
naveen1
naveen1

ଭୁବନେଶ୍ୱର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୩୯ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଢ଼େଙ୍କାନାଳ ଜିଲ୍ଲାର ଗୋବିନ୍ଦପୁର ଗ୍ରାମ ପଂଚାୟତ, ପୁରୀ ଜିଲ୍ଲାର ବିଶ୍ୱନାଥପୁର, ବରଗଡ ଜିଲ୍ଲାର ବଗବୁଗା ଓ ଦେବଗଡ ଜିଲ୍ଲାର ରିଆମାଳ ପଂଚାୟତରେ ୩୯ଟି ପ୍ରକଳ୍ପ ପାଇଁ ୧ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି । ମଞ୍ଜୁର ପ୍ରକଳ୍ପ ମଧ୍ୟରେ ଗୋବିନ୍ଦପୁର ଗ୍ରାମ ପଂଚାୟତର ୩୬ ଲକ୍ଷ ଟଙ୍କାର ୮ଟି ପ୍ରକଳ୍ପ, ପୁରୀ ଜିଲ୍ଲାର ବିଶ୍ୱନାଥପୁରରେ ୫୩ ଲକ୍ଷ ଟଙ୍କାର ୧୦ଟି ପ୍ରକଳ୍ପ, ବରଗଡ ଜିଲ୍ଲାର ବଗବୁଗାରେ ୩୬ ଲକ୍ଷ ଟଙ୍କାର ୧୦ଟି ପ୍ରକଳ୍ପ ଓ ଦେବଗଡ ଜିଲ୍ଲାର ରିଆମାଳ ପଂଚାୟତରେ ୩୬ ଲକ୍ଷ ଟଙ୍କାର ୯ଟି ପ୍ରକଳ୍ପ ରହିଛି । ଭିଡିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ଗ୍ରାମ ପଂଚାୟତର ସରପଂଚଙ୍କ ସହ ଆଲୋଚନା କରିଥିଲେ ।