ଆରପାରିରେ ଅଭିନେତ୍ରୀ ଅନିତା ଦାସ

0
859
anita
anita

କଟକ : ପରଲୋକରେ ସିନେ ଅଭିନେତ୍ରୀ ଅନିତା ଦାସ । ତାଙ୍କର ଶେଷ ଦର୍ଶନ ପାଇଁ କଟକସ୍ଥିତ ତାଙ୍କ ବାସଭବନରେ ଓଡ଼ିଆ ସିନେ ଜଗତର ବହୁ ବ୍ୟକ୍ତି ପହଞ୍ଚିବା ଆରମ୍ଭ କରିଛନ୍ତି। ମୃତ୍ୟଶଯ୍ୟା ନିକଟରେ ଅନିତାଙ୍କ ପୁତୁରା ତଥା ଓଲିଉଡ୍ ହିରୋ ଆକାଶ ଦାସନାୟକ ମଧ୍ୟ ଉପସ୍ଥିତ ଅଛନ୍ତି।
ଆରପାରିରେ ବିଶିଷ୍ଟ ସିନେ ଅଭିନେତ୍ରୀ ଅନିତା ଦାସ। ୫୭ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି। କଟକ ସେଲଟର ଛକ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ପ୍ରାୟ ଶହେରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି ଅନିତା। ଏବେ ତାଙ୍କର ଶେଷ ଦର୍ଶନ ପାଇଁ କଟକସ୍ଥିତ ତାଙ୍କ ବାସଭବନରେ ଓଡ଼ିଆ ସିନେ ଜଗତର ବହୁ ବ୍ୟକ୍ତି ପହଞ୍ଚିବା ଆରମ୍ଭ କରିଛନ୍ତି।
ବହୁ ଲୋକପ୍ରିୟ ଓଡ଼ିଆ ଫିଲ୍ମରେ ଅନିତା ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ପାଖରେ ପରିଚୟ ସୃଷ୍ଟି କରିଥିଲେ। ବିଶେଷକରି ସେ ମାଆ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ମୋହି ପାରିଥିଲେ। ସେଥିପାଇଁ ତାଙ୍କୁ କେତେକ ଓଡ଼ିଆ ଫିଲ୍ମର ମାଆ ବୋଲି ମଧ୍ୟ କହିଥାନ୍ତି। ପୁଅ ମୋର କଳା ଠାକୁର, ସ୍ୱପ୍ନ ସାଗର ଓ କି ହେବ ଶୁଅ ପୋଷିଲେ ଭଳି ଫିଲ୍ମରେ ଅନିତାଙ୍କ ଚତ୍ମକାର ଅଭିନୟ ଦେଖିବାକୁ ମିଳିଛି।