ଆରବ ସାଗରରେ ଭୟଙ୍କର ଘୂର୍ଣ୍ଣିବାତ୍ୟା ‘ସାଗର’

0
859
cyclonic storm
cyclonic storm
ନୂଆଦିଲ୍ଳୀ :   ଆରବ ସାଗରରେ ଘୂର୍ଣ୍ଣବାତ୍ୟା ‘ସାଗର’ ଆସୁଛି । ଏଥିରେ ସମୁଦ୍ରରୁ ୮୦ ରୁ ୯୦ କିଲୋମିଟର ପ୍ରତି ଘଂଟା ବେଗରେ ପବନ ବହିବ ।ପଶ୍ଚିମ ଭାରତୀୟ ସମୁଦ୍ର କୂଳରେ ଏହାର ପ୍ରଭାବ ନେଇ କିଛି ବିପଦର ଆଶଙ୍କା ନାହିଁ ।
ଉତର ଭାରତରେ ଦୁଇଟି ଭୟଙ୍କର ଝଡ ଆସିବା ପରେ ବର୍ତମାନ ଆରବ ସାଗରରେ ଘୂର୍ଣ୍ଣବାତ୍ୟା ‘ସାଗର’ ଆସିବାକୁ ଅଛି । ଏଥିରେ ସମୁଦ୍ରରୁ ୮୦ ରୁ ୯୦ କିଲୋମିଟର ପ୍ରତି ଘଂଟା ବେଗରେ ପବନ ବହିବ । ଏହା ଭାରତୀୟ ସମୁଦ୍ର କ୍ଷେତ୍ରରେ ହେଉଥିବା ଏହା ମୌସୁମିର ପ୍ରଥମ ଘୂର୍ଣ୍ଣିବାତ୍ୟା ଅଟେ । ପାଣିପାଗ ଏଜେନ୍ସୀର ସ୍କାଏଡ୍ରାଇଭର ନିଜ ରିପୋର୍ଟରେ ଏହା ଦାବି କରିଛନ୍ତି ।

ପାଣିପାଗ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି କି, ପଶ୍ଚିମ ଭାରତୀୟ ସମୁଦ୍ର କୂଳରେ ଏହାର ପ୍ରଭାବ ନେଇ କିଛି ବିପଦର ଆଶଙ୍କା ନାହିଁ । ଏହି ଘୂର୍ଣ୍ଣିଝଡ ସାଗର ସ୍ଥିତି ଗୁରୁବାର ୟେମନର ପୂର୍ବ ଉତର -ପୂର୍ବତଟରୁ ପାଖାପାଖି ୪୦୦ କିଲୋମିଟର ଦୂରରେ ହୋଇଛି । ଏହା ସୋକଟ୍ରା ଦୀପର ପଶ୍ଚିମ-ଉତର -ପଶ୍ଚିମ କୂଳରୁ ୫୦୦ କିଲୋମିଟର ଦୂର । ଆରବ  ସାଗରରେ ନିମ୍ନ ବିପଦ କ୍ଷେତ୍ର ବନିବାର କାରଣ ଏହି ଘୂର୍ଣ୍ଣିଝଡ ଆରମ୍ଭ ହୋଇଛି ।