ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିର ଜଗମୋହନ

0
933
jagannath temple
jagannath temple
ପୁରୀ : ସୋମବାର ଦିନ ଭକ୍ତମାନଙ୍କ ପାଇଁ ଜଗମୋହନ ଖୋଲାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ । ସମ୍ପୃକ୍ତ ସେବକ, ଅଧିକାରୀ, କର୍ମଚାରୀ କେବଳ ରତ୍ନ ସିଂହାସନ ନିକଟକୁ ଯାଇପାରିବେ । ଅନ୍ୟ କୌଣସି ଭକ୍ତ ଯାଇ ପାରିବେ ନାହିଁ ।
ଉଚ୍ଚ ନ୍ୟାୟାଳୟ ଓଡ଼ିଶାଙ୍କ ଆଦେଶକୁ କାର୍ଯ୍ୟକାରୀ କରିବାକୁ ଯାଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆସନ୍ତାକାଲି ସୋମବାର ଦିନ ଭକ୍ତମାନଙ୍କ ପାଇଁ ଜଗମୋହନ ଖୋଲାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ପ୍ରକାଶ । ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ପୁନଃ ଚାଲୁ କରାଯିବ । ସକାଳ ଧୂପ ପରଠାରୁ ଅନ୍ୟ ଆଦେଶ ପର୍ଯ୍ୟନ୍ତ ବଳବତର ରହିବ। ଦ୍ୱାର ଫିଟା, ଭିତରଶୋଧ ଓ ମଙ୍ଗଳ ଆରତୀ ପରେ ଭକ୍ତମାନେ ଜଗମୋହନରୁ ଚତୁର୍ଦ୍ଧାମୂର୍ତିଙ୍କୁ ଦର୍ଶନ କରିବେ। ପ୍ରଥମ ଭୋଗମଣ୍ଡପ ବସିବା ଠାରୁ ମଧ୍ୟାହ୍ନ ଧୂପ ଶେଷ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ମଧ୍ୟାହ୍ନ ଧୂପ ପରେ ଯଦି ବିଜେ ପ୍ରତିମା ବାହାରକୁ ବିଜେ କରିବାର ଥିବ ତେବେ ଜଗମୋହନ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ଆରତୀଠାରୁ ସନ୍ଧ୍ୟା ଧୂପ, ଦିବଆଲଟ, ଚନ୍ଦନ ଲାଗି, ରାତ୍ର ଚନ୍ଦନ ଲାଗି ଠାରୁ ରାତ୍ର ପହଡ଼ ପର୍ଯ୍ୟନ୍ତ ଜଗମୋହନରୁ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି । ଅନବର ସମୟରେ ମଧ୍ୟ ଜଗମୋହନରୁ ଦର୍ଶନ ବନ୍ଦ ରହିବ ।

ଦର୍ଶନାର୍ଥୀମାନେ ଜୟବିଜୟ ଦ୍ୱାର ଦେଇ ଜଗମୋହନ ଭିତରକାଠ ନିକଟରେ ଦର୍ଶନ କରି ବେହରଣ ଦ୍ୱାର ଦେଇ ବାହାରକୁ ବାହାରିବେ। ପୋଲିସ, ଜେ.ଟି.ପି. ସୁରକ୍ଷା ଦାୟିତ୍ୱରେ ରହିବେ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଆଉ ୨ ଦିନ ପରେ ଚଳନ ଯାତ୍ରା । ତେଣୁ ଅକ୍ଷୟ ତୃତୀୟା, ରଥ ନିର୍ମାଣ କାମ ଆରମ୍ଭ ହେବ। ଅକ୍ଷୟ ତୃତୀୟ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ରଥଯାତ୍ରା କାର୍ଯ୍ୟ ଚାଲୁ ରହିବ । ଚନ୍ଦନ ଚକଡ଼ା ଓ ରଥ ଖଳା ଚଳଚଂଚଳ ହେବ ।