ଆସନ୍ତାକାଲି ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍ ବନ୍ଦ

0
866
pvt hospital
pvt hospital
ଭୁବନେଶ୍ୱର :  ଘରୋଇ ହସ୍ପିଟାଲ ଗୁଡ଼ିକୁ ଅକଳରେ ପକାଉଥିବା ସରକାରଙ୍କ ମନମୁଖୀ ନିୟମ ବିରୋଧରେ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।ଅଲ୍ ଓଡ଼ିଶା ପ୍ରାଇଭେଟ ମେଡ଼ିକାଲ ଏଷ୍ଟାବ୍ଲିସମେଣ୍ଟ ଫୋରମ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି ।  ରାଜ୍ୟର ସମସ୍ତ ଘରୋଇ ହସ୍ପିଟାଲ ଆସନ୍ତାକାଲି ବନ୍ଦ ରହିବ ।

 ନର୍ସିଂହୋମ୍, ଡାଏଗ୍ନୋଷ୍ଟିକ ସେଣ୍ଟର, ଫିଜିଓଥେରାପି କେନ୍ଦ୍ର ଓ ରେଡ଼ିଓ ଥେରାପି କେନ୍ଦ୍ର ମଧ୍ୟ ବନ୍ଦ ହେବ । ସରକାର ମନମୁଖୀ ନିୟମ କରି ଘରୋଇ ହସ୍ପିଟାଲ ଗୁଡ଼ିକୁ ଅକଳରେ ପକାଉଥିବାରୁ ପ୍ରତିବାଦ ସ୍ୱରୂପ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ତେବେ ଯେଉଁମାନେ ଆଗୁଆ ବେଡ଼ରେ ଅଛନ୍ତି ସେମାନଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ସରକାର ଏହାକୁ ଅଣଦେଖା କରିଥିବା ଅଭିଯୋଗ ଆଣିଛି ଅଲ୍ ଓଡିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିଂସମେଂଟ ଫୋରମ। ଘରୋଇ ସ୍ୱାସ୍ଥ୍ୟସେବା ଉପରେ କ୍ଲିନିକାଲ ଏଷ୍ଟାବ୍ଲିଂସମେଂଟ ଆକ୍ଟକୁ ସଂଶୋଧନ କରି ଏଥିରେ ଅଗ୍ନିଶମ ସୁରକ୍ଷା, ବର୍ଜ୍ୟବସ୍ତୁ ପରିଚାଳନା, କର୍ମଚାରୀ ଗଣତି, ବହୁବିଧ ଟିକସବ୍ୟବସ୍ଥା ଭଳି ଅନେକ ନିୟମକୁ କୌଣସି ମାପଦଣ୍ଡ ନ ରଖି ଲଦି  ଦିଆଯାଇଥିବା ଅଭିଯୋଗ ଆଣିଛି ଫୋରମ। ଏଭଳି ମନମୁଖୀ ନିୟମକୁ ଫୋରମ ବିରୋଧ କରିବା ସହ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲା। ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆସନ୍ତାକାଲି ଏକ ପ୍ରତୀକ ଧର୍ମଘଟ କରିବାକୁ ଫରୋମର ସଦସ୍ୟମାନେ ନିଷ୍ପତି ନେଇଛନ୍ତି। ତେଣୁ ରାଜ୍ୟର ସମସ୍ତ ଘରୋଇ ସେବା ବନ୍ଦ ରଖାଯିବାର ନିଷ୍ପତି ନିଆଯାଇଛି ।