ବାଙ୍ଗାଲୋର : କର୍ଣ୍ଣାଟକରେ ବିଜେପି ସରକାର କରିବାର ଆଶଙ୍କା ଦେଖାଦେଇଛି । ରାଜ୍ୟପାଳ ସଂଖ୍ୟାଧିକ ଦଳ ଭାବେ ବିଜେପିକୁ ଆମନ୍ତ୍ରିତ କରିଥିବା ସୂଚନା ମିଳିଛି । ୭ ଦିନ ମଧ୍ୟରେ ବିଶ୍ୱାସମତ ହାସଲ କରିବାକୁ କୁହାଯାଇଛି ।
କର୍ଣ୍ଣାଟକରେ ବିଧାନସଭାର ଫଳାଫଳ ଆସି ଯାଇଥିଲେ ମଧ୍ୟ କିଏ ସରକାର ଗଠନ କରିବ ତାକୁ ନେଇ ଚାଲିଛି ଛକାପଞ୍ଝା । ସରକାର ଗଠନ ପାଇଁ ବିଜେପି, କଂଗ୍ରେସ୍ ଏବଂ ଜେଡିଏସ୍ ନିରନ୍ତର ଭାବେ ନିଜ ନିଜ ବିଧାୟକଙ୍କ ବୈଠକ ଡାକି ଆଲୋଚନା ଚଳାଇଛନ୍ତି। ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କୁ ବିଜେପି ବିଧାୟକ ଦଳର ନେତା ଭାବେ ବାଛିଥିବା ସୂଚନା ମିଳିଛି । ଏହା ସହ ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ମଧ୍ୟ କହିଛନ୍ତି । ବିଧାୟକ ଦଳର ବୈଠକ ପରେ ୟେଦୁରପ୍ପା ଏବଂ ବିଜେପି ନେତା ପ୍ରକାଶ ଜାବେଦକର ରାଜ୍ୟପାଳଙ୍କୁ ଦେଖା କରିବା ପାଇଁ ରାଜଭବନରେ ପହଂଚିଛନ୍ତି
ଏହି ଘଡିସନ୍ଧି ମୂହୁର୍ତରେ ବଜେପି କହିଛି କି, ଅନେକ କଂଗ୍ରେସ୍ ଏବଂ ଜେଡିଏସ୍ ବିଧାୟକ ସେମାନଙ୍କୁ ସମର୍ଥନ ଦେବାପାଇଁ ପାଇଁ ରାଜି ଅଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ମଧ୍ୟ ନିଜର ସମସ୍ତ ବିଧାୟକଙ୍କୁ ଏକ ହୋଟେଲରେ ରଖିବାକୁ ଯୋଜନା କରୁଛି ।