ଆସନ୍ତାକାଲି ସାଢେ ୯ଟାରେ ଶପଥ ନେଇପାରନ୍ତି ୟେଦୁରପ୍ପା

0
802
yedurappa to take oath as cm
yedurappa to take oath as cm

ବେଙ୍ଗାଲୁରୁ :   କର୍ଣ୍ଣାଟକରେ ସରକାର ଗଠନ କରିବ ବିଜେପି। ବିଶ୍ଵସ୍ତ ସୂତ୍ର ମୁତାବକ ଆସନ୍ତାକାଲି ୟେଦୁରପ୍ପା ସକାଳ ୯ଟା ୩୦ରେ ମୁଖ୍ୟମନ୍ତ୍ରୀ ଭାବେ  ଶପଥ ନେଇ ପାରନ୍ତି।

ସୂଚନା ମୁତାବକ  ରାଜ୍ୟପାଳ ବିଜେପି ନେତା ବିଏସ ୟେଦୁରପ୍ପାଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ ଦେଇଛନ୍ତି। ବିଧାନସଭା ନିର୍ବାଚନର ପରିଣାମ ପରେ ସୃଷ୍ଟି ରାଜନୈତିକ ସଂକଟ ଉପରେ ରାଜ୍ୟପାଳ ଭଜୁଭାଇ ବାଲା ଏହି ନିର୍ଣ୍ଣୟ ନେଇଛନ୍ତି।  ମାତ୍ର ଏ ପର୍ୟ୍ୟନ୍ତ ରାଜଭବନରୁ ସରକାରୀ ଭାବେ ଏହାର ଘୋଷଣା କରାଯାଇ ନାହିଁ। ମାତ୍ର ଏମିତି ଖବର ରହିଛି ଯେ ରାଜ୍ୟପାଳଙ୍କ ସହମତି କ୍ରମେ ଗୁରୁବାର  ବିଏସ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ।  ଅନ୍ୟ ପଟେ ଏହି ଖବର ପରେ କଂଗ୍ରେସ ମହଲରେ ସୃଷ୍ଟି ହୋଇଛି ହଇଚଇ। ଏହା ମଧ୍ୟ ଖବର ଆସୁଛି ଆସନ୍ତାକାଲି ୟେଦୁରପ୍ପା ସକାଳ ୯ଟା ୩୦ରେ ମୁଖ୍ୟମନ୍ତ୍ରୀ ଭାବେ  ଶପଥ ନେଇ ପାରନ୍ତି। ଖବର ମଧ୍ୟ ରହିଛି ଯେ ରାଜ୍ୟପାଳ  ବିଜେପିକୁ ମେ 21 ପର୍ଯ୍ୟନ୍ତ ବହୁମତ ସାବ୍ୟସ୍ତ କରିବାକୁ କହିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ଏହାର ଔପଚାରିକ ଘୋଷଣା କରାଯାଇ ନାହିଁ। ବୁଧବାର ସନ୍ଧ୍ୟାରେ  ବିଜେପି କର୍ଣ୍ଣାଟକ ପ୍ରଭାରୀ ତଥା କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦର ମଦ୍ୟ ରାଜ୍ୟପାଳଙ୍କ ପକ୍ଷରୁ ସରକାର ଗଠନ କରିବାର ଆମନ୍ତ୍ରଣ ମିଳିଥିବା ସୂଚନା ଦେଇଛନ୍ତି।