ଆସନ୍ତା ମାସରେ ପ୍ରତିରକ୍ଷା ସମ୍ପର୍କିତ ଉପଗ୍ରହ ଉତକ୍ଷେପଣ କରିବ ଇସ୍ରୋ

0
930
satelite for defence
satelite for defence

ନୂଆଦିଲ୍ଲୀ : ପ୍ରତିରକ୍ଷା ସମ୍ପର୍କିତ ଉପଗ୍ରହ ଉତକ୍ଷେପଣ କରିବାକୁ ଇସ୍ରୋ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି । ଏହା ଆସନ୍ତା ମାସରେ ଉତକ୍ଷେପଣ ହେବ । ସୀମା ଓ ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ କାମ କରିବ ।

ଆଗାମୀ ଅକ୍ଟୋବରରେ ବ୍ୟୟବହୁଳ ୮୦୦ କୋଟିର ଚନ୍ଦ୍ରଯାନ-୨ର ଉତକ୍ଷେପର ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପକ୍ଷରୁ ପ୍ରତିରକ୍ଷା ସମ୍ପର୍କିତ ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି ।  ଏହି ଉପଗ୍ରହ ପ୍ରତିରକ୍ଷା ବିଭାଗକୁ ଅନେକ କ୍ଷେତ୍ରରେ ସାହାଯ୍ୟ କରିବ । ସୀମା ଓ ତଟବର୍ତ୍ତୀ ଅଞ୍ଚଳରେ ମଧ୍ୟ ଏହା ଗୁରୁତ୍ୱପୂର୍ଣ୍ଣ କାମ କରିବ ।  ଇସ୍ରୋ ଏକ ଉତ୍ସର୍ଗୀକୃତ ଉପଗ୍ରହ ଜିସ୍ୟାଟ-୭ଏ ଭାରତୀୟ ବାୟୁ ସେନା ପାଇଁ ଆଗାମୀ ସେପ୍ଟେମ୍ବରରେ ଉତକ୍ଷେପଣ କରିବ । ସେହିଭଳି ଚଳିତ ବର୍ଷ ଶେଷ ସୁଦ୍ଧା ରିସତ-୨ଏକୁ ଇସ୍ରୋ ଲଞ୍ଚ କରିବାକୁ ଯୋଜନା ରଖିଛି । ଜିସ୍ୟାଟ-୭ଏ ଜିଏସଏଲଭି ଏମକେ-୨ରୁ ଉତକ୍ଷେପଣ ହେବ, ଯାହାକି ଭାରତୀୟ ବାୟୁ ସେନା ବିଭିନ୍ନ ରାଡାର ଷ୍ଟେସନରୁ ତଥ୍ୟ ଯୋଗାଇବ । ୨୦୧୩ ସେପ୍ଟେମ୍ବର ୨୯ରେ ଉତକ୍ଷେପଣ ହୋଇଥିବା ଜିସ୍ୟାଟ-୭ ଅଥବା ରୁକ୍ମିଣୀ ସହିତ ଜିସ୍ୟାଟ-୭ଏ ସମକକ୍ଷ ବୋଲି ଇସ୍ରୋର ଜଣେ ଅଧିକାରୀ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ।

ରିସତ-୨ଏ ଯାହାକି ବର୍ଷର ଶେଷ ଆଡ଼କୁ ପିଏସଲଭି ରକେଟ ମାଧ୍ୟମରେ ମହାକାଶକୁ ଯିବାର କାର୍ଯ୍ୟକ୍ରମ ରହିଛି, ଦେଶର ସୁରକ୍ଷାକୁ ମଜଭୁତ କରିବା ପାଇଁ ତଥ୍ୟ ଯୋଗାଇବାରେ ସାହାଯ୍ୟ କରିବ । ବର୍ଷ ୨୦୦୮ରେ ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ରିସତ-୧କୁ ୨୦୦୯ ଏପ୍ରିଲରେ ଲଞ୍ଚ କରାଯାଇଥିଲା । ସେହିଭଳି କାର୍ଟେସ୍ୟାଟ-୨କୁ ଜାନୁଆରୀ ୧୨ରେ ଲଞ୍ଚ କରାଯାଇଥିଲା।