ଆଡ଼ମିଟ କାର୍ଡ଼ ନ ଆସିବାରୁ ଛାତ୍ରୀଙ୍କ ହଙ୍ଗାମା

0
885
chse
chse

ବରଗଡ଼: ଆଉ ଦିନକ ପରେ ଯୁକ୍ତ ୨ ପରୀକ୍ଷା। ଆଡ଼ମିଟ କାର୍ଡ଼ ନ ଆସିବାରୁ ଛାତ୍ରୀମାନେ ହଙ୍ଗାମା କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ହଲଦୀପାଲି ଠାରେ ଥିବା ମହିଳା ଜୁନିୟର ମହାବିଦ୍ୟାଳୟରେ ପହଁଚି ନାହିଁ ଆଡ଼ମିଟ୍ କାର୍ଡ। କାର୍ଡ ନ ପହଁଚିଲେ ଛାତ୍ରୀମାନେ ପରୀକ୍ଷା ଦେଇ଼ପାରିବେ ନାହିଁ। ତେଣୁ ସେମାନଙ୍କୁ ପରୀକ୍ଷା ପୂର୍ବରୁ ଆଡ଼ମିଟ୍ କାର୍ଡ ଦେବାକୁ ଦାବି କରି ମହାବିଦ୍ୟାଳୟର ଛାତ୍ରୀମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି ।

admitcard
୭ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେଉଥିବା ବେଳେ ସୋହେଲା ମହିଳା ମହାବିଦ୍ୟାଳୟ ଛାତ୍ରୀମାନଙ୍କ ଆଡ଼ମିଟ କାର୍ଡ ଏଯାଏଁ ଆସିନାହିଁ। କଲେଜ ପରିଚାଳନା କତ୍ତୃପକ୍ଷ ସେମାନଙ୍କ ଭବିଷ୍ୟତ ସହ ଖେଳୁଥିବା ଅଭିଯୋଗ କରି ଛାତ୍ରୀମାନେ ପ୍ରଥମେ ସୋହେଲା ଥାନା ଘେରାଓ କରିଥିଲେ। କିନ୍ତୁ ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦିଆ ନ ଯିବାରୁ ଛାତ୍ରୀମାନେ ୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟକ ଯାନ ବାହାନ ଅଟକି ରହିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି।