ଇଡିରେ ହାଜର ହେଲେ ବିଧାୟକ ପ୍ରଣବ ବଳବନ୍ତରାୟ

0
959
BJD MLA-Pranab-Kumar-Balabantaray
BJD MLA-Pranab-Kumar-Balabantaray
ଭୁବନେଶ୍ୱର :  ଆଜି ଇଡି ନିକଟରେ ହାଜର ହୋଇଛନ୍ତି ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ। ପ୍ରଣବଙ୍କ ଟ୍ରାନସପୋର୍ଟ ଏଜେନ୍ସି ସହ ଧଳସାମନ୍ତ ବ୍ରଦର୍ସ ଲିଙ୍କକୁ ନେଇ ଇଡିର ତତନ୍ତ ଜାରି ରହିଛି।
ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସ ଲିଙ୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଖୋଳତାଡ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଇଡି ନିକଟରେ ହାଜର ହୋଇଛନ୍ତି ଧର୍ମଶାଳା ବିଜେଡି ବିଧାୟକ ପ୍ରଣବ ବଳବନ୍ତରାୟ। ଆଜି ଅପରାହ୍ନ ୩ଟାରେ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି।   ଡି-ବ୍ରଦର୍ସଙ୍କ ସହ ପ୍ରଣବଙ୍କ ବ୍ୟବସାୟିକ ସଂପର୍କ ନେଇ ସନ୍ଦେହ ଜାତ ହୋଇଥିଲା। ଏଣୁ ଇଡି ପକ୍ଷରୁ ପ୍ରଣବଙ୍କୁ ଆଜି ହାଜର ହେବା ପାଇଁ ଗତ ୧ ତାରିଖରେ ସମନ ଜାରି କରାଯାଇଥିଲା। ପ୍ରଣବଙ୍କ ଟ୍ରାନସପୋର୍ଟ ଏଜେନ୍ସି ସହ ଧଳସାମନ୍ତ ବ୍ରଦର୍ସ ଲିଙ୍କକୁ ନେଇ ଇଡିର ତତନ୍ତ ଜାରି ରହିଛି।

୨୦୦୫ରୁ ୨୦୧୦ ମସିହା ପର୍ଯ୍ୟନ୍ତ ସବୁ ଅଡିଟ ରିପୋର୍ଟ ଧରି ଇଡିରେ ହାଜର ହେବାକୁ ପ୍ରଣବଙ୍କୁ ସମନ କରାଯାଇଥିଲା। ତେବେ ପ୍ରଣବ ବଳବନ୍ତରାୟ ଆଗରୁ ଚିଟଫଣ୍ଡ ଓ ସରକାରୀ ପ୍ଲଟ ଆବଣ୍ଟନ ମାମଲାରେ ଛନ୍ଦି ହୋଇ ରହିଛନ୍ତି ।